STORYMIRROR

Naheda Shaheen

Others

3  

Naheda Shaheen

Others

ଭାବନା

ଭାବନା

1 min
192

ଭାବନାର ସମୁଦ୍ରରେ 

ଉବୁଟୁବୁ ବ୍ୟକ୍ତିତ୍ବ

କେବେ ସଂତାପର କଳା ଭଉଁରୀ

ତ କେବେ ସ୍ବପ୍ନ ସବୁ ମଧୁମୟ।

ଉଚ୍ଛଳା ଯୌବନ ଭାବନାର

ପୁଣି କେବେ ଧିର ଗମ୍ଭୀର।

ସ୍ବପ୍ନର ପାରିଜାତ ଫୁଲ ଫୁଟେ

ଆନନ୍ଦର ନନ୍ଦନକାନନରେ

ଭାବନାର ଆକାଶରେ

କେବେ ଦୁଃଖର ତାରା ମେଳେ

ବୁକୁଫଟା କୋହ ଉଠେ

ମଧୁମୟ ଚାନ୍ଦିନୀ ରାତିରେ

ଦୁଃଖର ନୈବେଦ୍ୟ ଆଉ

ଲୋଡ଼ା ନାହିଁ ଆହେ ବିଭୁ

ମୋକ୍ଷର ତଟିନୀରେ ବୁଡ଼ିବୁ

ହାତ ଯୋଡ଼ି କରେ ମୁଁ ବିନତୀ

ଦିଅ ମୋତେ ତୁମେ ଚିର ଶାନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍