STORYMIRROR

Satyabati Swain

Inspirational

3  

Satyabati Swain

Inspirational

ତୁମ ପଦ ଧୂଳି ଟିକେ ଦିଅ

ତୁମ ପଦ ଧୂଳି ଟିକେ ଦିଅ

1 min
343


ପ୍ରତିଭା ପୂଜନ ଦେଶରେ ମୋ ଜନ୍ମ

   ପ୍ରତିଭାକୁ ପୂଜୁଥିବି

ପୂଜ୍ୟଙ୍କର ପୂଜା ମନ ପ୍ରାଣ ଦେଇ

   ଶ୍ରଦ୍ଧା ସମ୍ମାନ ଢାଳିବି।


ଶ୍ରେଷ୍ଠ ପ୍ରତିଭା ଧାରୀ ଗୋ ଆପଣ

    ଗର୍ଵ ଗୌରବ ଆମ

ପଦ ଧୂଳି ଟିକେ ମୁଣ୍ଡେ ଦିଅ ବୋଳି 

    ଏ ଜୀବନ ହେବ ଧନ୍ୟ।


ପ୍ରେରଣା ପ୍ରୋତ୍ସାହନ ସାହସ ଭରି

  ଆଗକୁ ବଢ଼ିବା ପାଇଁ

ପଦପ୍ରଦର୍ଶକ ହୋଇ ଏ ତୁଚ୍ଛ ଜୀବନେ

  ଦିଏ ଟିକେ ଥାପୁଡ଼ାଇ।


କାଳଜୟୀ ତୁମେ ସବୁରି ହୃଦ ଛୁଇଁ

  ଛାଇଛ ଜଗତ ମନ

ଉତ୍ତରପିଢୀକୁ ଉତ୍ତମ ଦିଗଦର୍ଶନ

  ଦିଏ ହେ ମହା ମହିମ।


ତୁମେ ମୋର ଦ୍ରୋଣା ଚାର୍ଯ୍ୟ ମୁଁ ଅଟେ

    ତୁମର ଏକ ଲବ୍ୟ ଶିଷ୍ୟ

ହେ ଗୁରୁବର ମୋ ଲେଖନୀ ଦୃଢ଼ କର

    ଦେଇ ତଵ ଶୁଭାଶିଷ।



Rate this content
Log in

Similar oriya poem from Inspirational