STORYMIRROR

Surjyakanta Dash

Classics Others

3  

Surjyakanta Dash

Classics Others

ତୁମ ପାଇଁ ଏ ଜୀବନ

ତୁମ ପାଇଁ ଏ ଜୀବନ

1 min
219


ଜୀବନର ସରଳ ପରିଧି ଭିତରେ ବଞ୍ଚୁ ବଞ୍ଚୁ

ହରାଇ ଦିଏ ଆଶାର କିରଣ

ସେହି ଏକମାତ୍ର ବଞ୍ଚିବାର ସାହାରା

ଆଶା ବିନା କି ବଞ୍ଚି ହୁଏ ?

ତୁମେ ହିଁ ପ୍ରଭୁ ଆଶା

ପାର୍ଥିବ ଓ ଅପାର୍ଥିବ ଆଶାର କିରଣ

କେବଳ ତୁମ ପାଇଁ ଏ ଜଗତି କରଣ

ତୁମକୁ ଖୋଜୁଛି ମୁଁ

ଏକାନ୍ତ ସାନିଧ୍ୟ ପାଇଁ

କୋଉ ଏକ ଅନିର୍ଦ୍ଦିଷ୍ଟ କାଳରୁ

କେତେ ଆଉ ଖୋଜିବି

ଏକ ଅନିର୍ଦ୍ଧିଷ୍ଟ ପଥରେ

ସକାଳର ସୁନେଲି ଝିଲ ମିଲ କିରଣରେ

ଆଉ ସଞ୍ଜର ଦିପାଳି ମଧ୍ୟରେ

କେବେ କେବେ ଦରିଆ କୁଳରୁ ଆରମ୍ଭ କରି

କୋଉ ଏକ ନିଘଞ୍ଚ ଜଙ୍ଗଲ ବୁକୁରେ

ବେଳେ ବେଳେ ଭାବେ ମୁଁ ଏକାନ୍ତରେ

ତୁମେ ଅଚାନକ ଆସି ଦେଖାଦେବା ମାତ୍ରେ

ତୁମ କୃଷ୍ଣ କଳା ରଙ୍ଗରେ ବିମୋହିତ ହୋଇଯିବି

ତୁମ ବଂଶୀ ସ୍ୱନରେ ହୋଇଯିବି ପାଗଳ

ଆଉ ଲୋଟିପଡିବି ତୁମରି ସ୍ପର୍ଶରେ

ସଂଜ୍ଞାହୀନ ହୋଇ ....

ତୁମେ ଆସ୍ତେ ଆସ୍ତେ ଅନ୍ତର୍ଦ୍ଧାନ ହୋଇଯିବ

ସ୍ମିତହାସ୍ୟ ଦେଇ

ବର୍ଷା ଆକାଶର ଇନ୍ଦ୍ରଧନୁ ପରି,

ଆଉ କେବେ କେବେ ଆସ ମୋ ସ୍ୱପ୍ନରେ

କୁଞ୍ଜବନର ରାଧିକାଙ୍କୁ ଧରି

କୁଞ୍ଜର ସମସ୍ତ ଗୋପି ମାନଙ୍କ ମଧ୍ୟରେ

ଆଲିଙ୍ଗନ ପୂର୍ବକ ରଧିକାଙ୍କ ସଙ୍ଗେ

ବଂଶୀର ମନମୋହିତ ସ୍ଵରରେ ନାଚି ନାଚି

ସତେକି କୋଉ ଏକ

ଅନନ୍ତ କୋଟି ବିଶ୍ଵ ବ୍ରହ୍ମାଣ୍ଡ ସୁନ୍ଦରୀ ଙ୍କ ମଧ୍ୟେ

ତୁମେ ଏକା ପ୍ରଥମ ପୁରୁଷ ଏ ବିଶ୍ଵର

ଯିଏ ମୋହିତ କରି ରଖିଛି

ଏ ନାରୀ ରୁପି ଯୋଗୀ ମାନଙ୍କୁ

ଏ ସଂସାରର ମାୟାକୁ

ସେହି ମାୟା ପଛରେ ମୁଁ ମଧ୍ୟ ହୁଏ ବାୟା

ତୁମେ ପରମାତ୍ମା ଓ ମୁଁ ଆତ୍ମା

ତୁମେ ପୁରୁଷ , ମୁଁ ନାରୀ

ଏମିତି ଏକ ଜନ୍ମ ଜନ୍ମାନ୍ତର୍ ମିଳନର

ଅପେକ୍ଷାରେ ମୁଁ ଏକା ପାର୍ଥିବ ମଣିଷ

ତଥାପି ସମ୍ଭବ ହୁଏନି

ମୋର ନିଦ୍ରା ଭଙ୍ଗ ହୁଏ ,

ସବୁବେଳେ ଦେଖିଛି ମୁଁ ତୁମକୁ

ମୋ ଅନ୍ତର୍ମନରେ

ଖୋଜିବାକୁ ଚେଷ୍ଟା କରିଛି ତୁମର ସ୍ଥିତି

ପ୍ରତ୍ୟେକ ପଦାର୍ଥ ଓ ଜୀବନ ମଧ୍ୟରେ

କୁହ ମୋତେ ଆଉ କେତେଦିନ ଖୋଜିବି

କେତେ ଜନ୍ମ ମୋତେ ଆଉ ନବାକୁ ପଡ଼ିବ

ଏହି ମର୍ତ୍ୟ ଲୋକରେ....

ତଥାପି ମୁଁ ଅପେକ୍ଷା କରିଛି

କୋଟି ବ୍ରହ୍ମାଣ୍ଡସୁନ୍ଦରୀ ଙ୍କ ଏକମାତ୍ର ପୁରୁଷଙ୍କୁ

ଏ ଜୀବନର ଅନ୍ତରୁ ଆରମ୍ଭ କରି

କୋଟି କୋଟି ଯୋନି ଜନ୍ମ ଦେଇ

ଶେଷ ହେବା ପର୍ଯ୍ୟନ୍ତ

ଏହା ମୋର ଶେଷ ନିଷ୍ପତି

ଖାଲି ତୁମ ପାଇଁ ଏ ଜୀବନ

ଅବିଶ୍ରାନ୍ତ ଗତିରେ ଚାଲୁଥିବ

ତୁମ ପଦାର୍ବିନ୍ଦରେ ସ୍ଥାନ ପାଇବା ପର୍ଯ୍ୟନ୍ତ ।


Rate this content
Log in

Similar oriya poem from Classics