ତୁମ ପାଇଁ -୪
ତୁମ ପାଇଁ -୪
ମନ ମୋର ଆଜି ଉଡିଲାଣି
ତୁମ କଥା ଭାବି ଭାବି
ବୋଧେ ଏ ଜନମରେ
ତୁମ ପାଇଁ ହୋଇଯିବି ଅନ୍ଧୁଣୀ
କାହିଁକି କେଜାଣି ତୁମ କଥା
ଭାରୀ ମନେ ପଡେ ଆଜି
ତୁମ ଛୁଆଁର ସମୀକରଣ
ମନ ମୋର ବିଗାଡିଦେଲାଣି ।
ତୁମ କୁ କିଏ ଦେଖାଇଲେ ଅଙ୍ଗୁଳି
ମୁଁ ତାହା ସହି ପାରେନି
କରେ ନିତି ତା ସହ କଳି
ତା ସହ ମୁହଁ କୁ ମୁହଁ ଲଢି
କହି ଦିଏ ଚାରି ଛ ପଦ
ବୋଧେ ତୁମକୁ ମୁଁ ବେଶୀ ଭଲ
ପାଇ ବସିଛି ବୋଲି ॥
ତୁମ ବେଶ ପୋଷାକ ମୋ ପାଇଁ
ବିଲକୁଲ ଫରକ ପଡେନି
ତୁମ ପାଖରେ ବସି ହସ ଖୁସି ସମୟ
ଆଜି ବି ଭୂଲି ପାରୁନି
ବୋଧେ ତୁମକୁ ମୁଁ ବେଶି ଭଲ ପାଇଲିଣି
ଏ କଥା ତୁମେ ବୁଝ କି ନାହିଁ
ଏ କଥା ମୁଁ ଜାଣି ପାରୁନାହିଁ ।

