Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ତୁମ ନୀରବତା

ତୁମ ନୀରବତା

1 min
249



କୁଳୁକୁଳୁ ତୁମେ ତଟିନୀର ସ୍ୱନ

ମଧୁର ତୁମ ମୂର୍ଚ୍ଛନା

ଅଞ୍ଚଳେ ତୁମର ମଳୟର ସ୍ପର୍ଶ

ପୂର୍ଣ୍ଣ ସକଳ କାମନା ।

ତୁମେ ସୁମଧୁର ଅମୃତ ନିର୍ଯାସ

ଜୀବନ ସୁଖ ପ୍ରଶାନ୍ତି

ଶାନ୍ତି ସୁଧା ନୀରେ ଉଲ୍ଲାସ ପରାଣ

ତୁମେ ଉନ୍ନତି ପ୍ରଗତି ।

ଫୁଟଇ ଦେହରେ ରୋମାଞ୍ଚ କଦମ୍ବ

ତୁମ ନୃତ୍ୟ ଗୀତ ଛନ୍ଦେ

ସ୍ପନ୍ଦିତ ହୁଅଇ ହୃଦୟ କମଳ

ଅନାବିଳ ତୁମ ପ୍ରେମେ ।

ମଧୁମୟ ହୁଏ ସ୍ୱପନ ସୁନ୍ଦର

ଅମୀୟ ଢାଳଇ ଶଶୀ

ପାଶେ ଥିଲେ ତୁମେ ଲଭେ ମୁଁ ପୂର୍ଣ୍ଣତା

ଭାଗ୍ୟବାନ ମଣେ ଅତି ।

ନୀଳ ନୀଳିମାକୁ ଜିଣେ ତୁମ ବକ୍ଷ

କୋମଳ ଶୀତଳ ଧାରା

ଅବିକଳ ଦିଶେ ମୋ ପ୍ରତିବିମ୍ବ

ଉନ୍ମୋଚେ ସୁଖ ପସରା ।

ଆବିଳତା ଅବା ନୀରବତା ନୁହେଁ

ତୁମର ମୂଳ ସ୍ୱଭାବ

ସ୍ମରୁଛି ଏଣୁ ମୁଁ ସଲୀଳା ସ୍ୱଚ୍ଛନ୍ଦା

ନିତ୍ୟ ସନାତନୀ ରାଗ ।

  


Rate this content
Log in

Similar oriya poem from Romance