STORYMIRROR

Mamatamanjari Das

Classics

4  

Mamatamanjari Das

Classics

ତୁମ ମହଲ ଟି ମର୍ତ୍ୟ ବୈକୁଣ୍ଠ

ତୁମ ମହଲ ଟି ମର୍ତ୍ୟ ବୈକୁଣ୍ଠ

1 min
228

ତୁମ ମହଲର କୋଠରୀ ପରାଏ

କୋଠରୀ କୋଉଠି

ଦେଖିନାହିଁ ମହାବାହୁ

ଗରୁଡ଼ ସ୍ତମ୍ବରୁ ରତ୍ନ ସିଂହାସନ

ଦିଶୁଥାଏ ଦାଉ ଦାଉ ।


ନାହିଁ ଭେଦଭାବ ଜାତି କି ଅଜାତି

ଏମିତି ମହଲ ତୁମର

ରୋକି ପାରେନାହିଁ କେହି ସେ କାହାକୁ

ଏଠି ପଇସାରେ ମିଳେ ପ୍ରହାର।


ତୁମ କୋଠରୀରେ ଥରେ ପାଦ ଦେଲେ

ଅପାର ଆନନ୍ଦ ମିଳେ

ଅନ୍ତର ବେଦନା ହୋଇଯାଏ ଦୂର

ତୁମ ମର୍ତ୍ୟ ବୈକୁଣ୍ଠର କୋଳେ ।


ତୁମ କୋଠରୀରେ କରିଲେ ପ୍ରବେଶ

ଭକ୍ତ ଭୁଲିଯାଏ ସବୁକିଛି

ତୁମ ଚକା ଆଖିକୁ ଚାହିଁଲେ

ଆଖି ରହିଯାଏ ଲାଖି ।


ତୁମ କୋଠରୀର ଅପୂର୍ବ ଶୁଶମା

ମିଳେନି ରାଜ ନଅରେ

ତୁମ କୈବଲ୍ୟର କଣିକାଏ ଦାନା

ଆତ୍ମା ତୃପ୍ତି କରିପାରେ ।


ତୁମ ମହଲରେ ଅନେକ କୋଠରୀ

ଅଛନ୍ତି କେତେ ଦେବା ଦେବୀ

ସବୁଠାରୁ ନିଆରା ତୁମ କୋଠରୀଟି

ଯହିଁ ଶୋଭାପାଏ ରତ୍ନ ବେଦୀ ।


ତୁମ ମହଲର କେତେଯେ କୋଠରୀ

ହିସାବ ରଖିନି କେହି

ସବୁ ଦେବା ଦେବୀ ଯହିଁ ଏକତ୍ରିତ

ମର୍ତ୍ୟର ବୈକୁଣ୍ଠ ସେହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics