Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Romance

4.0  

Gyanendriya Dash

Romance

ତୁମ ଲାଗି

ତୁମ ଲାଗି

1 min
160



ତୁମକୁ ପାଇବା ପାଇଁ

କରିଥିଲି ଆପ୍ରାଣ ପ୍ରୟାସ ।

ଭଲ ଲାଗେ ବୋଲି ତୁମ

ନାକ-କାନ-ଆଖି ଆଉ ମୁହଁ ହସହସ ।।

ଚାରିଆଡ଼େ ଲକ୍ଷ ଲକ୍ଷ ଝିଅ ।

ରୂପରେ ଗୁଣରେ ଅବା

ସ୍ନେହବୋଳା କଥାରେ

ସରି କିଏ ତୁମସହ ।।

ତୁମେ ମୋର ପ୍ରେମର ପ୍ରଦୀପ

ଏବଂ ମୋର ହୃଦୟ ଶଙ୍ଖାଳି ।

ତୁମ ସ୍ନେହ ପ୍ରେମ ବିନା

ବାକି ସବୁ ଲାଗେ ଖାଲି ଖାଲି ।।

ଛୁଇଁଦେଲେ ରାଗ ବୋଲି

ଛୁଇଁବାକୁ ଭାରି ଇଚ୍ଛା ହୁଏ ।

ଇଚ୍ଛା ହୁଏ ଦେହସାରା

ହୃଦୟର ଅଗମ୍ୟ ଜାଗାକୁ ବି ଛୁଏଁ ।।

ସପନେ ସପନେ ତୁମେ

ଆସୁଥାଅ ମୋର ପାଶେ ।

ତୁମର ପରଶ ପାଇ

ପୁଲକିତ ହୁଏ ପ୍ରତି

ନିଃଶ୍ବାସ ପ୍ରଶ୍ବାସେ ।।

ତୁମେ ଯେବେ ଗାଳି ଦିଅ

ଅଭିମାନେ ଭାଙ୍ଗିପଡ଼େ ସିନା ।

ପ୍ରେମ ରଜ୍ଜୁ ଆଉ ଟିକେ ଶକ୍ତ କରେ

କେବେ ତୁମେ ନ କରିବ ମନା ।।

ଛାତି ତଳେ ଚାପିଧରି

ଚୁମିବାକୁ ଇଚ୍ଛା ହୁଏ କେତେ ।

ଓଠ ସହ ଓଠକୁ

ମିଶାଇବାକୁ ଦିଅ ଥରେ ମୋତେ ।।

ମିଠା ଲାଗେ ତୁମ କଥା

ହେଉ ପଛେ ରାଗ ଆଉ ରୋଷ ।

ପାଉଥିବି ଭଲ ପାଉଥିବି

ଥିବାଯାଏ ଅନ୍ତିମ ନିଃଶ୍ବାସ ।।

ପ୍ରେମ ହେଉ ସ୍ନେହ ହେଉ

ଅବା ହେଉ ତୁମ ତିରସ୍କାର ।

ତୁମେ ଦେଇଥିବା ଦାନ

ମୋ ପାଇଁ ତ ଅଟେ ପୁରସ୍କାର ।।

 


Rate this content
Log in

Similar oriya poem from Romance