Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Children

4.5  

Gyanendriya Dash

Inspirational Children

ଉତ୍କଳ ମାତାର ଯୋଗ୍ୟତମ ସୁତ

ଉତ୍କଳ ମାତାର ଯୋଗ୍ୟତମ ସୁତ

1 min
267



ଉତ୍କଳ ମାତାର ଯୋଗ୍ୟତମ ସୁତ

ଉଡ୍ରମଣୀ ଗୋପବନ୍ଧୁ ।

ସେବାର ସାଗର ହେ ଉତ୍କଳ ବୀର

ଦୁଃଖୀ, ଦରିଦ୍ରଙ୍କ ବନ୍ଧୁ ।।

ଏକ ପୁତ୍ର ତ୍ୟାଗୀ ଶତ ଶତ ପୁତ୍ର

ତୁମେ ରକ୍ଷା କରିପାର ।

ତୁମେ ହିଁ ତ ସଦା ସବୁ ବାଧାବିଘ୍ନ

ପାରି କର ପାରବାର ।।

ସହସ୍ର ବଦନେ ଫୁଟାଇଣ ହସ

ସବୁ ଦୁଃଖ କର ଗ୍ରାସ ।

ସେ ଦୁଃଖ ପାନରେ ଆହେ କର୍ମବୀର

କେତେ ଯେ ପାଅ ସନ୍ତୋଷ ।।

ଶିକ୍ଷା ଗୁରୁ ତୁମେ ବନ ବିଦ୍ୟାଳୟ

ତୁମରି ହାତରେ ଗଢ଼ି ।

ସହସ୍ର ସହସ୍ର ଶିଷ୍ୟ ଶିଷ୍ୟା କଲେ

ଉଚ୍ଚଶିକ୍ଷା ପାଠ ପଢ଼ି ।।

ଦେଶ ମାତୃକାର ପରମ ସେବକ

ସ୍ବାଧୀନତା ସଂଗ୍ରାମରେ ।

ଝାସ ଦେଇ ତୁମେ ଲଢ଼ି ଲଢ଼ି ଦିନ

ବିତାଇଲ କାରାଗାରେ ।।

କାରା କବିତା ଓ ବନ୍ଦୀ ଆତ୍ମକଥା

ତୁମର ଅମର ଗାଥା ।

ସାହିତ୍ୟ ଜଗତେ ଆଗେଇ ଥିଲ ହେ

ଉଚ୍ଚ କରି ତୁମ ମଥା ।।

ପଞ୍ଚସଖା ମିଶି ଉତ୍କଳ ପ୍ରଦେଶେ

ଦେଖାଇଲ ପରାକାଷ୍ଠା ।

ସେବା, ସାହିତ୍ୟ ଓ ଜାତୀୟ ପ୍ରେମରେ

ଦେଖାଇଲ ମହା ନିଷ୍ଠା ।।

ତୁମ ଆଦର୍ଶରେ ଅନୁଗାମୀ ହୋଇ

ଗଢ଼ିଅଛୁ ଅନୁଷ୍ଠାନ ।

"ମାନବ ସେବା ହିଁ ମାଧବ ସେବା" ଯେ

ତନମନ ଦେଇ ପ୍ରାଣ ।।

ତୁମ ଆଶୀର୍ବାଦ ପାଇ କରିଯିବୁ

ବାକି ଥିବା ସେବା କାର୍ଯ୍ୟ ।

ସେଥିପାଇଁ ସିନା ଅଣ୍ଟା ଭିଡ଼ିଅଛୁ

ଦେଇ ମନୋବଳ ଶୌର୍ଯ୍ୟ ।।

ଜନ୍ମଦିନେ ତବ ନେଉଛୁ ଶପଥ

ଜୀବନଟି ଥିବାଯାଏ ।

ଉତ୍କଳର ମଣୀ ଗାଉଥିବୁ ଗାଥା

ଉତ୍କଳ ମାତାର ଜଏ ।।

     


Rate this content
Log in

Similar oriya poem from Inspirational