STORYMIRROR

Bidutprabha Mishra

Inspirational Others

4  

Bidutprabha Mishra

Inspirational Others

ତୁମ ଗାଆଁ ରେ ମୋ ସକାଳ

ତୁମ ଗାଆଁ ରେ ମୋ ସକାଳ

1 min
337


ତୁମ ଗାଆଁଟିରେ ପ୍ରଥମ ସକାଳ

ଲାଗିଥିଲା ନୂଆ ନୂଆ,

ଲାଜର ଓଢଣୀ ମଥାରେ ଘୋଡାଇ 

କଲି ମୁଁ ବୋହୂ ପଣିଆ l

ନଡ଼ିଆ ଗଛର ଉହାଡୁ ସୂରୁଜ

ଆଲୋକ ତା' ବିଞ୍ଚୁଥିଲା,

କିଚିରି ମିଚିରି ସ୍ଵରରେ ଚଢ଼େଇ

କିଏ ତୁମେ କହୁଥିଲା l

ଭୟ ଲାଗୁଥିଲା ସମସ୍ତଙ୍କୁ ଦେଖି

ଯେମିତି ମୁଁ ବନ୍ଦୀଟିଏ,

ମୁହଁରେ ଟିକିଏ ହସକୁ ଫୁଟାଇ

ନୀରବରେ ଚାହିଁଥାଏ l

ମନେ ପଡେ ଯେବେ ପିତା ଘର କଥା

ନୟନୁ ଲୋତକ ଝର,

ମିଛରେ ବାହାନା କରିବାକୁ ପଡେ 

କିଛି ହୋଇନାହିଁ ମୋର l

ନୂଆ ପରିବେଶ ନୂଆ ମଣିଷଙ୍କ 

ଭିତରେ କାଟିବି ଦିନ,

ନିଜ ଲୋକ ସବୁ ପର ହୋଇଗଲେ

ଉଦାସ ଲାଗଇ ମନ l

ସ୍ନାନ କର୍ମ ସାରି ଠାକୁର ଘରେ ମୁଁ 

କଲି ପ୍ରଣିପାତ ଯାଇ,

ମନ କଥା ଧୀରେ କହିଦେଲି ପ୍ରଭୁ

ସାହା ମୋର ଥିବ ହୋଇ l

ନୂଆ ନୂଆ ସେତ ଶାଶୁଘର ଗାଆଁ

ପରୀକ୍ଷା ପରିକା ଲାଗେ,

ମଧୁର ବ୍ୟବହାର ପାଇଲେ ଟିକିଏ

ମନରେ ସାହସ ଜାଗେ ll

ଗୁରୁଜନେ କରି ସମ୍ମାନ ପ୍ରଦାନ 

ସାନରେ ସେନେହ ଭାବ,

ଧୀରେ ଧୀରେ ସର୍ବେ ନିଜର ହୁଅନ୍ତି 

ନାରୀର ସେ ଭବିଷ୍ୟତ ll

ବଦଳେ ଠିକଣା ବଦଳେ ସାଙ୍ଗିଆ

ବଦଳେ ମନ ମିଜାଜ,

ଝିଅ ହୋଇଯାଏ ବୋହୂଟିଏ ଯେବେ

ସିନ୍ଦୂର ମଥାର ସଜ l

ସେଠି ଲେଖାହୁଏ ନାରୀର ଭବିଷ୍ୟ

ଶେଷେ ଜଳେ ତା'ର ଜୁଇ,

କୁମାରୀରୁ ବୋହୂ ବନିଯାଏ ନାରୀ

ସେଇ ତାର କର୍ମଭୂଇଁ ll



Rate this content
Log in

Similar oriya poem from Inspirational