STORYMIRROR

Samar Ballav Bhoi

Romance Tragedy

3  

Samar Ballav Bhoi

Romance Tragedy

ତୁମ ଚେହେରା

ତୁମ ଚେହେରା

1 min
122

ସକାଳରୁ ସନ୍ଧ୍ୟା ଦେଖିବାକୁ ମିଳେ

ସୂର୍ଯ୍ୟ ଚନ୍ଦ୍ରଙ୍କର ଆତଯାତ ପରି

ତୁମ ସେହି ରୂପ ତୁମ ଚେହେରା

ମନ ହୃଦୟେ ଭରିଯାଏ ରଙ୍ଗ

ସତେ ତୁମେ ଲାଗ କେତେ ନିଆରା।।


ଜନ ମାନସରେ ତୁମର ଚେହେରା

ଫୁଟି ଉଠେ ଫୁଲର ମହକ ପରା

କେବେ କେବେ ମୁହିଁ ଭାବୁଛି ତୁମକୁ

ସତେ କି ତୁମେ ଯେ କେଉଁ ଅପସରା ।।


ତୁମ ନୀରବତା ତୁମ ଅପରୂପ

ଗଢା ଶରୀରଟା ଲାଗେ ସତେ

ସରଗ ର ଚାନ୍ଦ ପରି ଶୁଭ୍ର ପ୍ରକାଶ

ନୂଆ ନୂଆ ଲାଗେ ଭାବନା ମୋତେ।।


ଲୁଚିକରି ରହି ଅଛି ସଞ୍ଜ ସକାଳ

ତୁମ ସେହି ନୂଆ ଚେହେରାରେ

ଭାବୁଛି ମୁଁ ଆଜି ତମ ସେହି ଚେହେରା

ବାନ୍ଧିବ କି ମୋତେ ତୁମେ 

ତୁମ ସେହି ପ୍ରେମ ଧାରେ।।


ବେଳେ ବେଳେ ତୁମ ସେହି ଚେହେରାଟା

ଲାଗେ ଭାରି ମିଠା ମିଠା

କେମିତି କେଜାଣି ଏ ଦୁନିଆ ଚିହ୍ନିବି

ମୋ ମନରେ ଲାଗିଲେ ବିଶ୍ୱାସ ଅଠା।। 


ବିଶ୍ୱାସ ପଣରେ ଭାବିଲି ତୁମକୁ

ପ୍ରଥମ ଦେଖା ର ସେ ଆଖିର ଚାହାଣୀ

ଲାଗୁଥିଲା ଭାରି ନିଜର ନିଜର

ହୃଦୟ ତ ମୋର ନେଇ ଥିଲ ଜିଣି।।


ଆଜି ତୁମ ସେହି ଚେହେରାଟା

କିଛି ରଖି କିଛି କହୁଛି ପରା

ଆଉ କିଛି ସ୍ମୃତି ଅନୁଭୂତି 

ମନରେ ବିଶ୍ୱାସ ହୃଦୟେ ଭରିଛି

ଭରସା କରିଛି ତୁମ ସେହି ଚେହେରା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance