ତୁମ ଚେହେରା
ତୁମ ଚେହେରା
ସକାଳରୁ ସନ୍ଧ୍ୟା ଦେଖିବାକୁ ମିଳେ
ସୂର୍ଯ୍ୟ ଚନ୍ଦ୍ରଙ୍କର ଆତଯାତ ପରି
ତୁମ ସେହି ରୂପ ତୁମ ଚେହେରା
ମନ ହୃଦୟେ ଭରିଯାଏ ରଙ୍ଗ
ସତେ ତୁମେ ଲାଗ କେତେ ନିଆରା।।
ଜନ ମାନସରେ ତୁମର ଚେହେରା
ଫୁଟି ଉଠେ ଫୁଲର ମହକ ପରା
କେବେ କେବେ ମୁହିଁ ଭାବୁଛି ତୁମକୁ
ସତେ କି ତୁମେ ଯେ କେଉଁ ଅପସରା ।।
ତୁମ ନୀରବତା ତୁମ ଅପରୂପ
ଗଢା ଶରୀରଟା ଲାଗେ ସତେ
ସରଗ ର ଚାନ୍ଦ ପରି ଶୁଭ୍ର ପ୍ରକାଶ
ନୂଆ ନୂଆ ଲାଗେ ଭାବନା ମୋତେ।।
ଲୁଚିକରି ରହି ଅଛି ସଞ୍ଜ ସକାଳ
ତୁମ ସେହି ନୂଆ ଚେହେରାରେ
ଭାବୁଛି ମୁଁ ଆଜି ତମ ସେହି ଚେହେରା
ବାନ୍ଧିବ କି ମୋତେ ତୁମେ
ତୁମ ସେହି ପ୍ରେମ ଧାରେ।।
ବେଳେ ବେଳେ ତୁମ ସେହି ଚେହେରାଟା
ଲାଗେ ଭାରି ମିଠା ମିଠା
କେମିତି କେଜାଣି ଏ ଦୁନିଆ ଚିହ୍ନିବି
ମୋ ମନରେ ଲାଗିଲେ ବିଶ୍ୱାସ ଅଠା।।
ବିଶ୍ୱାସ ପଣରେ ଭାବିଲି ତୁମକୁ
ପ୍ରଥମ ଦେଖା ର ସେ ଆଖିର ଚାହାଣୀ
ଲାଗୁଥିଲା ଭାରି ନିଜର ନିଜର
ହୃଦୟ ତ ମୋର ନେଇ ଥିଲ ଜିଣି।।
ଆଜି ତୁମ ସେହି ଚେହେରାଟା
କିଛି ରଖି କିଛି କହୁଛି ପରା
ଆଉ କିଛି ସ୍ମୃତି ଅନୁଭୂତି
ମନରେ ବିଶ୍ୱାସ ହୃଦୟେ ଭରିଛି
ଭରସା କରିଛି ତୁମ ସେହି ଚେହେରା।।

