ତୁଳସୀ ଚଉରା
ତୁଳସୀ ଚଉରା
ଦୁଆର ମୁହଁରେ ଚଉରା କରିଛି
ବସାଇଛି ମାଆ ତୋତେ
ନିତି ଧୂପ ଦିପେ ଆଳତି କରୁଛି
ତୋ ଚରଣେ ପ୍ରଣିପାତେ.
ମାଗୋ, ସେବା କରୁଥିବି ନିତ୍ୟେ. l0l
ଧର୍ମ ମାସ ଏଟି କାର୍ତ୍ତିକ ମାସଟି
ତୋ ପାଶେ ଝୋଟି ଆଙ୍କିଛି.
ଶୀତୁଆ ସକାଳୁ ତୋ ଚରଣ ରେଣୁ
ଉଦକ ନିତି ପାଉଛି.
ତୁଳସୀ ଜଳରେ ଅନ୍ତ ପବିତ୍ରରେ
ଜଣା ତ ସାରା ଜଗତେ. l1l
ଖଇ କଦଳିରେ ଭୋଗ ମୁଁ ବାଢିଛି
ଘିଅ ଦିପ ନିତି ଜାଳେ.
ପୂଜା ମନ୍ତ୍ର କିଛି ଜାଣିନାହିଁ ମାଗୋ
ଅନ୍ତରୁ ଭକତି ଢାଳେ.
ଢ଼ାଳୁଥିବ ମାତେ ଏ ଅଧମ ପ୍ରତେ
ଆଶୀର୍ବାଦ ଅବିରତେ. l2l
