ତୁ
ତୁ
ଜହ୍ନ ଉଇଁଲା ବେଳେ ସେମାନେ କହୁଥିଲେ
ମୁଁ କାଳେ ତୋ ପରି ଜମା ନୁହେଁ ।
ଗଛର ଗଣ୍ଡି ପରି କାଳେ ଦିଶେ ମୋ ମୁହଁ ।।
ରାତି ପାହିଲା ବେଳେ
ମୁଁ ନାଇଦିଏ ଉଦିତ ସୂର୍ଯ୍ୟକୁ ମଥାରେ ତ
ସେଇମାନେ ହିଁ କୁହନ୍ତି
ମୁଁ କାଳେ ଅବିକଳ ତୋର
ପ୍ରତିବମ୍ବ
ଗଛର ଚେର ପରି ।।
ଅସ୍ତିତ୍ଵର ପ୍ରତିବିମ୍ବିତ ଛାଇଟେ ଥାଏ
ହୋଇପାରେ ଛାଇର ଛାଇ ବି ଥିବ ।
କଣ୍ଟାଟେ ଗଳୁ ଗଳୁ
ମୁଁ ଦମ୍ଭରେ ଆଶ୍ଚର୍ଯ୍ୟ ହଉ ହଉ
ବୁଝେ ଯେ ନା ମୁଁ ପ୍ରତିବିମ୍ବ ,ନା ମୁଁ ଛାଇ
ମୁଁ ତ ତୁ ।
ମୋ ଭିତରେ ସତ୍ତାଟା ତ
ତୋରି ରକ୍ତର
ମନର
ଚେତନାର
ସ୍ୱପ୍ନର , ଛିଟା ଛିଟା ଲୁହର
ତୋ ଶକ୍ତିର ।
ନହେଲେ ମୁଁ ବା କିଏ !