STORYMIRROR

Satyabati Swain

Tragedy

3  

Satyabati Swain

Tragedy

ତୁ ସାଙ୍ଗ ଥିଲୁ ଏମିତି ରହିବୁ

ତୁ ସାଙ୍ଗ ଥିଲୁ ଏମିତି ରହିବୁ

1 min
356

ପାହାନ୍ତି ଆକାଶର 

ବିଭୋର ତାରାଟିଏ

ଥିରି ଖସୁଥିଲା

ଚୁପ୍ ଚାପ୍

ହଠାତ୍

କେହି 

ଠକ୍ ଠକ୍ କଲା

ବନ୍ଦ ଦରଜା ସେ ପାଖେ।

ଖୋଲିଲି

କେବେଠୁ ଜାମ୍ ହୋଇଥିବା

ମୋ ହୃଦ ଦରଜା

ଏ କଣ??

କାହାକୁ ଦେଖିଲି!!

ନିହାତି ଚିହ୍ନା

ନିହାତି..

ଵିଲ୍ କୁଲ୍ 

ମୋର ମୋର ଲାଗୁଥିଲା 

ନିଜର ନିଜର ବାସୁଥିଲା

ମତୁଆଲା କରି କିନ୍ତୁ

ଅଚିହ୍ନା ବ୍ୟବହାର କଲା।


ତା ସ୍ୱର

ଚମତ୍କାର ଥିଲା

ଯଦିଓ ପୂର୍ଣ୍ଣତା

ଖୁନ୍ଦି ଖୁନ୍ଦି ଥିଲା ଜୀବନେ

ତେବେ ବି

କିଛି ଗୋଟେ ଲିଭାଇ ଦେଇଥିଲା

ଚନ୍ଦ୍ରର କଳଙ୍କ

କୁଆଁରୀ ତୁଠରେ ଘଷି ମାଜି।

ସେ ଖୁବ୍ ବଦଳି ଯାଇଥିଲା

ତା କଥା ବେଶ ଚଳଣିରେ

ଅଭିନୟ ଗନ୍ଧ ଆସୁଥିଲା

ସବୁ ଜାଣି ବି

ସେଇ ଶଗଡ଼ ଗୁଳାରେ କିନ୍ତୁ

ଚାଲୁଥିଲା

ପିଞ୍ଜରାରେ

ଡେଣା ଫଡ୍ ଫଡ୍

କରୁଥିଲା ମୁଁ ଜାଣି ପାରିଲି

ବିସ୍ମୟ ହେଲି କାରଣ ସେ ବହୁତ ଖୁସି ଅଛି

ମୋତେ ଦେଖେଇ ହେଉଥିଲା।

କଥା ଶେଷେ

ବ୍ୟଥା ମୋ ବଢିଲା

ତୁ ଆଉ ଆକାଶ ତାରା

ତୋତେ ଭାବିବା ପାପ ।


ତୁ ସାଙ୍ଗ ଥିଲୁ ଏମିତି ରହିବୁ

ମୁଠେ କୋମଳ ମୁଲାୟମ ସୁଖ ସ୍ୱପ୍ନ ହୋଇ

ଖଜୁରୀ କଣ୍ଟାରେ ଫୁଟିଗଲା ମୋ ହୃଦ

ମୋ ନିର୍ବୋଧ ହୃଦୟରୁ ରକ୍ତ ଝରୁଥିଲା

ଚାଟୁଥିଲା ବୁଲା କୁକୁର ପ୍ରତି ରକ୍ତ କଣା

ସନ୍ଧ୍ୟା ମୁହଁ ଦେଖୁଥିଲା ଜହ୍ନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy