STORYMIRROR

Jitendra Seth

Inspirational

4  

Jitendra Seth

Inspirational

ତୁ ମୋର ଭାଗ୍ୟ ରେଖା

ତୁ ମୋର ଭାଗ୍ୟ ରେଖା

1 min
518

ତୁ ମୋ ଅତୀତ ତୁ ଭବିଷ୍ୟତ

ତୁ ମୋର ଭାଗ୍ୟ ରେଖା

ଜୀବନ ଦୀପରେ ତୁ ଘିଅ ହେଲେ 

ମୁଁ ତୋର ଦୀପଶିଖା ।। 


ତୁ ମୋର ପାଖେ ଅଛୁ ବୋଲି ପ୍ରିୟା 

ଦୁନିଆ ଲାଗେ ସୁନ୍ଦର 

ଅନ୍ଧାର ଆକାଶେ ତାରାଗଣ ମେଳେ 

ତୁ ଲୋ ଚନ୍ଦ୍ରମା ମୋର ।। 


ଏମିତିକା ସ୍ଵପ୍ନ ଦେଖିନାହିଁ କେବେ 

ଯେଉଁଥିରେ ତୁ ନାହୁଁ

ସପନେ ଗୋପନେ ପ୍ରତିକ୍ଷଣେ ଆସି 

ମତେ କଣେଁଇ ଚାହୁଁ ।। 


ତୋ ଆଖିପତାର ପ୍ରତି ଟି ପଲକେ

ରହିବାକୁ ମୁଁ ଚାହେଁ 

ତୁ ମୋ ସ୍ପନ୍ଦନ ତୁ ମୋ ଜୀବନ 

ତୋ ବିନା କିଛି ନୁହେଁ ।। 


ସବୁ ଜନମରେ ସାଥୀ ହୋଇ ଧନ 

ନିଇତି ହେବ ଦେଖା 

ତୁ ମୋ ଅତୀତ ତୁ ଭବିଷ୍ୟତ 

ତୁ ମୋର ଭାଗ୍ୟ ରେଖା ।। 


Rate this content
Log in

Similar oriya poem from Inspirational