STORYMIRROR

Chinmayee Sahoo

Classics

3  

Chinmayee Sahoo

Classics

ତୁ ଭାରି ଭଲ

ତୁ ଭାରି ଭଲ

1 min
188

ମାଲୋ ମାଆ ମୋ ତୁ ଭାରି ଭଲ

ତୋ ହସ ଟି ସତେ ଅମୁଲ ମୁଲ


ତୋ କଥାରେ ଝରେ ମଧୁରବାଣୀ

ତୋ ପରଶ ସତେ କି ସଞିବନି


ନଲୋଡେ ଆନ ମୁଁ ତୋବିନୁ ମାଆ

ତୋ ବିନା ହେବେନି କେହି ମୋ ସାହା


ତୁ ଯେବେ କରୁ ମା ଗେହ୍ଲବସର

ସରଗ ବି ଲାଗେ ତୁଚ୍ଛ ମାତର


ତୋ ପଣତ କାନି ମୋ ମୁଣ୍ଡେ ରହୁ

ମାଆ ଡାକ ସଦା ମୋ ତୁଣ୍ଡେ ଥାଉ


ତୋ ମୁଖ ଭୁଲାଏ ଚିନ୍ତା ଓ ଦୁଃଖ

ତୁହି ଥିଲେ ପାଶେ ମିଳଇ ସୁଖ


ରାସ୍ତା କଡ ଅବା ରାଜାପଲଙ୍କ 

ତୋ କୋଳ ମୋ ପାଇଁଶାନ୍ତି ଦାୟକ


ତୋ ମନ ସଦା ମୋ ପାଇଁ ବ୍ୟାକୁଳ

ମୋ ଶୁଭ ମନାସୁ ହୋଇ ଆକୁଳ


ତୁ ଥିଲେ ନ ଛୁଏଁ କାର କୁଦୃଷ୍ଟି

ତୋ ଆଶିଶ ସଦା କରୁ ଯେ ବୃଷ୍ଟି


ତୋ ସେବାରେ ବାକି ଜୀବନ ବିତୁ

ମନ ମୋ ସଦା ତୋ ସ୍ନେହରେ ମାତୁ


ଏତିକି ଗୁହାରି ଜଗାକୁ ନିତ୍ୟେ

ଛଡାଇନେବେ ନି ମୋ ଠାରୁ ତୋତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics