STORYMIRROR

Biswanath Nayak

Abstract

3  

Biswanath Nayak

Abstract

ତଟିନୀ --------

ତଟିନୀ --------

1 min
398

ନିଶବଦ ଛନ୍ଦେ

ଅଙ୍କାବଙ୍କା ପଥେ

ତଟିନୀ ଯାଉଛି ବହି,

   ଜୀବନର ଗାଥା

   ମରମ ବେଦନା

    ପଥଚାରୀ ଆଗେ କହି

ନିଦାଘର ତାପେ

କୃଶ ହେଲେ ତନୁ

ମନେ ତା ନଥାଏ ଦୁଃଖ,

     ତୃଷାର୍ତ୍ତ ପଥିକେ

     ଭେଟିଦିଏ ଜଳ

     ବାଣ୍ଟି ଚାଲିଥାଏ ସୁଖ

ପଶୁ ପକ୍ଷୀ ଆଉ

ମାନବ ସଭିଙ୍କୁ

ଦିଏ ସ୍ବଚ୍ଛ ଜଳ ଦାନ,

    ମଣିଷ ହାତରେ

    ହୁଏ ପ୍ରଦୂଷିତା

    ଏହି କଣ ପ୍ରତିଦାନ

ନବ ପରିଣୀତା

ବଧୂ କେବେ ଆସି

ପଖାଳେ ତା' ଜଳେ ତନୁ,

     ଝଲସୁଥାଏ ତା'

     କପାଳେ ସିନ୍ଦୂର

     ସତେକି ପ୍ରଭାତୀ ଭାନୁ

ଦେଖିଛି ସେ କେତେ

ତରୁଣୀ ନୟନେ

ବୈଧବ୍ୟ ର ଲୁହ ବନ୍ୟା,

     ଧୁଏ ତା'ର ଜଳ

     ସୀମନ୍ତ ସିନ୍ଦୂର

     ବିଧିର କି ବିଡମ୍ବନା

କେତେ ସୁଖ ଦୁଃଖ

ଝଡ଼ ଆଉ ଝଞ୍ଜା

ଜୀବନରେ ସିଏ ସହି,

     ଭୁଲି ନାହିଁ କେବେ

     ନିଜ ଲକ୍ଷ୍ୟ ପଥ

     ସାଗରେ ମିଶିବା ପାଇଁ

ମଣିଷ ଜୀବନେ

ତଟିନୀ ପରାୟେ

ଆସେ ଉତ୍ଥାନ ପତନ,

     ବିଚଳିତ ନୋହି

     ପରହିତ ପାଇଁ

     ବଞ୍ଚିବା ଅଟେ ଜୀବନ

ସୁଖ ଓ ଦୁଃଖରେ

ସାକ୍ଷୀଟିଏ ହୋଇ

ଚାଲୁଥିଲେ କର୍ମ ପଥେ,

      ଆତ୍ମା - ତରଙ୍ଗିଣୀ

      ନିଶ୍ଚୟ ମିଶିବ

      ପରମାତ୍ମା- ସିନ୍ଧୁ ସାଥେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract