STORYMIRROR

rasmi maye pati

Inspirational Others

3  

rasmi maye pati

Inspirational Others

ଟୋକେଇ ଭର୍ତ୍ତି

ଟୋକେଇ ଭର୍ତ୍ତି

1 min
149


ପ୍ରେମ ବାଣ୍ଟୁ ଥିଲି ମଝି ସଡ଼କ ରେ

  ଟୋକେଇ ଟି ଥୋଇଦେଲି

ମୁଠା ମୁଠା କରି ସବୁ ବୋହି ନେଲେ 

   ଟୋକେଇ ହୋଇଲା ଖାଲି୧

ଖାଲି ଟୋକେଇ ଟି ଆଲିଙ୍ଗନ କରି

  ଗୃହେ ବାହୁଡ଼ି ଆସିଲି

ସବୁରି ଓଠ ରେ କିଛି ଦିନ ପାଇଁ 

  ହସ ଯାଇଥିଲା ଖେଳି ୨

ଆଉ ଦିନେ ଦୁଃଖ ଟୋକେଇ ମୁଣ୍ଡେଇ

   ମଝି ରାସ୍ତା ରେ ଥୋଇଲି

ଆଡ ନୟନ ରେ କେହି ଚାହିଁ ଲେନି

  ଦୁଃଖ ପଡ଼ିଲା ଉଛୁଳି ୩

ନଗର ଦାଣ୍ଡ ଠୁ ଗଳି କନ୍ଦି ସବୁ

   ଟୋକେଇ ଧରି ବୁଲିଲି

ମୁଠେ ମଧ୍ୟ କେହି ନେଲେନି ମାେ ଠାରୁ

  ଶ୍ୱାସ ରୁଦ୍ଧ ହୋଇଗଲି ୪

ଭୁଲିଗଲେ ବୋଧେ ସଭିଏଁ ସେଦିନ

  ଇଏ ପରା ସେଇ ଲୋକ

କେତେ ବାଣ୍ଟୁଥି ଲା ସୁଖ ର ପସରା

  ଆଜି କାଇଁ ବିକେ ଦୁଃଖ? ୫

ବୁଝିଲି ସେ ଦିନ ଏ ମାୟା ସଂସାର 

  କେହି ତ ନୁହେଁ କାହାର

ଦୁଃଖ ସୁଖ ସବୁ ଯାହା ଅର୍ଜି ଥିବି

  ନେଇ ଯିବି ଆର ପୁର ୬ 


Rate this content
Log in

Similar oriya poem from Inspirational