STORYMIRROR

Shashanka sekhar Ray

Tragedy

5.0  

Shashanka sekhar Ray

Tragedy

ଟଙ୍କିକିଆ ଚାଉଳ

ଟଙ୍କିକିଆ ଚାଉଳ

1 min
330



ଶଶାଙ୍କ ଶେଖର ରାୟ


ଏଇ ତ ଆମ ଟଙ୍କିକିଆ ଚାଉଳ

କେରାଣ୍ଡି ଗୁନ୍ଥି ଧରୁଛି ଶେଉଳ

ହାଡ ମାଆଁସରେ ନାହିଁ ଆଉ ବଳ

ମେସିନ କରୁଛି ତ୍ ଏଠି ହଳ

ଟୋକା ମୁଣ୍ଡରୁ ଉପୁଡିଯାଉଛି ବାଳ

ତାସ ମାଡ ଚାଲେ ଛକେ ସଂଜ ସକାଳ ।

ଗାଈ ବଳଦ ବିକିଲୁ ମାଳମାଳ

ଆମେ ସବୁ ହେଲୁଣୁ ପାଗଳ

ବୁଦ୍ଧି ହେଲାଣି ପରା ପାକଳ

ଦେହରୁ ନ ବାହାରୁ ଟୋପେ ଝାଳ ।

ନାହିଁ ଗୁହାଳ କାନ୍ଥେ ଯୁଆଳି ଲଙ୍ଗଳ

ହଜିଗଲାଣି ସେ ସବୁ ଦିନ କାଳ

ଆଗକା ବୁଢାହଡା ସବୁ ପାଚିଲା ତାଳ

ମାରନ୍ତି ବାହାସ୍ପୋଟ ନିଜ କଥା ନିଜେ ସମ୍ଭାଳ ।

ପକ୍କାଛାତ ଛତା ଜୋତା ଭତ୍ତା କମଳ

ମିଳିବ ତ୍ ଆମକୁ ସବୁକାଳ

ଭୋଟ ଦେବା ଖାଲି ଏକାଠି ହୋଇ ମେଳ

ଶୁଖିଲାରେ ବସି କରିବା ବାଳିଆ ଅମଳ

ବିଲେ ବୁଲନ୍ତୁ ପଛେ ସାପ ଶୃଗାଳ

କାମକୁ ଡରି ସାଜିଛୁ ଆମେ ଛାଗଳ

ନିଶ ଫୁଲାଇ ଗାଦିରେ ବସି ସବୁକାଳ

ନେତା କହନ୍ତି ଦେଖ ଆମେ କେମିତି ଖେଳୁଛୁ ଖେଳ ।


ମୋ- ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy