STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଟଙ୍କାର

ଟଙ୍କାର

1 min
216


ଆସ ପାର୍ଥ ଯୁବଶକ୍ତି ଦିତିକୃଷ୍ଣ ଟଙ୍କାର ଗାଣ୍ଡିବ   

   ସାମ୍ୟ ମୈତ୍ରୀ ପ୍ରୀତିର ସେ ଅନୁପମ 

   ମୂରତିଙ୍କ ନାମେ ନିଅ ଜୀବନ ଶପଥ 

    ଫିଙ୍ଗି ଦୂରେ ଅଥର୍ବ କ୍ଲୀବତ୍ୱ

 ଦେଖ ଆଗେ ବିଶ୍ଵରୂପ କର୍ମ ତୁମ ଧର୍ମ 

ଅନ୍ୟାୟ ଅସତ୍ୟ ସହ କେବେ ନକର ସାଲିସ ।

ଦୁନିଆର ସନ୍ଧିକ୍ଷଣେ ବିରାଜଇ କଳଙ୍କ କାଳିମା    

 ଦୁର୍ନୀତି ର ମହାମେରୁ ଦେଉ ଯେତେ ବାଧା

ଅଗ୍ନିର ସ୍ପୁଲିଙ୍ଗ ନିର୍ଗମୁ ଗାଣ୍ଡିବ

ସୃଜନୁ ସୃଷ୍ଟିର ଇଚ୍ଛା ।

ବଜ୍ର ପ୍ରଚଣ୍ଡ ବାହୁ ଯୁଗଳ

ସଦା ହୋଇ ରହୁ କର୍ମ ଚଞ୍ଚଳ

ଅସୀମ ଶକତି କର ହେ ଧାରଣ

ରୋଧ ହେଉ ପଥ ଶଲ୍ୟ ଦୁର୍ଗତିର ।

ପ୍ରପଞ୍ଚ ଓ ପ୍ରତାରଣା ଶୋଷଣ ପୀଡନ

ଧର୍ମ ନାମେ କୁସଂସ୍କାର କାଳିମା କଳଙ୍କ

ସଂହାର ପାଇଁ ହୁଅ ପ୍ରତିନିଧି

ଟଙ୍କାର ଗାଣ୍ଡିବ ଗୁଣ

ଗୁଞ୍ଜି ଉଠୁ ଦେବଦତ୍ତ ସ୍ୱନ

ପ୍ରକାଶୁ ସୁନ୍ଦର ସତ୍ୟ ପ୍ରଚଳୁ ଜୀବନ ଚକ୍ର

ମୁକ୍ତଶ୍ୱାସ ସ୍ୱସ୍ତିକ ସ୍ୱଚ୍ଛନ୍ଦ ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics