STORYMIRROR

Sadananda Sahoo

Inspirational

3.0  

Sadananda Sahoo

Inspirational

ଟଙ୍କା

ଟଙ୍କା

1 min
137



ଟଙ୍କା ଟଙ୍କା ବୋଲି ଛାଡ଼ୁଛୁ ବୋବାଳି

  ଲୋଭ କରନାହିଁ ବେଶି

ଅତି ଲୋଭେ ମୃତ୍ୟୁ ଜାଣିଛୁ ତୁ କିନ୍ତୁ

   ମଶାଣିକୁ ଯିବୁ ଖାଲି ॥


 ଅର୍ଥ ହିଁ ସର୍ବସ୍ବ ଆଧାର ଉତ୍ସ

  ହେଜ'ହେ ମାନବ ଗଣ

ଅର୍ଥ ଉପାର୍ଜନ କରିବା ସଭିଏଁ

  ସୁମାର୍ଗରେ ରହି ଜାଣ ॥


 ପ୍ରାଦେଶିକ ଭାବେ ଭାରତ ବର୍ଷରେ 

  ଭିନ୍ନଭିନ୍ନ ନାମେ ଖ୍ୟାତ

ହିନ୍ଦୀରେ ରୂପିୟା ଓଡ଼ିଆରେ ଟଙ୍କା

  ଧନ ଲକ୍ଷ୍ମୀଙ୍କର ବିତ୍ତ ॥


ଅଧଲା ପାହୁଲି ଚାରଣା ସୁଉକି

   ଅଚଳନ୍ତି ମୁଦ୍ରା ରାଶି

ବିଗତ ଦିନର ଅଲିଭା ସ୍ମୃତିର

  ଚିତ୍ରଲିପି ସାଜି ଅଛି ॥

>

କପର୍ଦ୍ଧକ ଶୂନ୍ୟ ଯଦି କେହି ଜାଣ

  ଟଙ୍କାଟିଏ ନାହିଁ ପାଶେ

 କେମିତି ମେଣ୍ଟିବ ଗୁଜୁରାଣ ତା'ର

  ଦିନ ବିତେ ଉପବାସେ ॥


ମହଙ୍ଗା ଯୁଗରେ ଚଳିବ କେମନ୍ତେ

  ସ୍ଵଳ୍ପ ଆୟକାରୀ ଜନ

 ଅଳପ ଧନକୁ ବିକଳ ଏ ମନ

  ଟଙ୍କାକୁ କୋଟି ଜୁହାର ॥


ଟଙ୍କାକୁ ମଣିବ ଯଦି ଗଣ୍ଠିଧନ

  ସମ୍ପର୍କ ହୋଇବ କ୍ଷୁର୍ଣ୍ଣ

 ମୁକ୍ତ ହସ୍ତେ କିଛି ଦାନ କର ଜାଣି

   ଦୂର ହେବ ଅବସର୍ଣ୍ଣ ॥


ଏ ମଣି କୁମାର ତୁ ଯେ ଟଙ୍କା ଧନ

   ସଭିଏଁ ତୋ ଅଧୀନରେ

ଗରିବ କଲ୍ୟାଣେ ସଦା ରହ ବାରେ

   ପ୍ରତିଷ୍ଠିତ ସମାଜରେ ॥



Rate this content
Log in

Similar oriya poem from Inspirational