STORYMIRROR

Akshayakumar Dash

Action Fantasy Inspirational

4  

Akshayakumar Dash

Action Fantasy Inspirational

ଟଙ୍କା ନେବ?

ଟଙ୍କା ନେବ?

1 min
313


ଆମେ ସବୁ ଟଙ୍କା ଚାଉଁଛେ

ଭୂମି କି ଜମି 

ନଦି ବାଲି, ପଥର

ଗଛ , ଘର ବାଡ଼ି

ପରିବା , ଧାନ ଯାହାସବୁ

କିଣା ବିକାର ଦୁନିଆଁରେ

ଜଣେ ଜଣେ ଗ୍ରାହକ,

ପୁଣି ସଞ୍ଚିତ ଅର୍ଥ

କିମିଆ ପରି ଚାଲିଯାଏ

ସର୍ବହରା ଜୀବନ 

ଦୁଃଖରେ ବିତେ।

ଚାକିରୀରୁ ପ୍ରାପ୍ତ

ବ୍ୟବସାୟ ଲାଭ

ପୈତୃକ ସମ୍ପତି

ଅଥବା ଠକାମୀ

ଅନୈତିକ ବାଟରୁ

ପ୍ରଚୁର ଆମଦାନୀ ହୁଏ,

ଦେଶର, ଜାତିର ସମାଜର 

ପରିବାରର ଭୋଗକରୁ।

କିଏ ଯୌତୁକ ଅଧିକ ମାଗେ

କିଏ ମନ୍ଦିର ଚାନ୍ଦା ମାରେ

କିଏ ଦେବାଳିଆ ଫାଙ୍କି ଦିଏ,

କିଏ ଛଳନା କରି ଭିକ ମାଗେ

କିଏ ଚୋରୀ କରେ

ଖଟି ଖଟି ପାରିବାର ପୋସେ

ଏମିତି କିଏ ଅଛି 

ଜିଏ ଅର୍ଥ ପଛରେ ଗୋଡ଼ାଇ ନାହିଁ ?

ହଁ ଅଛି, ପଶୁ କି ପକ୍ଷୀ ଛାଡି

ମଣିଷ ତାର ଏହି ଦୁନିଆ

ତାହା ପାଇଁ ଟଙ୍କା ହିଁ ସର୍ବଶ୍ଵ ।

ଘର, ଗାଡ଼ି, ଭୂମୀ, ଶିକ୍ଷା

ପୋଷାକ, ଦାନ, ଧର୍ମ,

ପ୍ରାୟେକ ପ୍ରତେକ୍ କର୍ମ ପାଇଁ

ଧନର ଆବଶ୍ୟକ ଅଛି,

ନିଜର ଦକ୍ଷତା, ଜ୍ଞାନ, ବଳ,

ପ୍ରୟୋଗ କରି ରୋଜକାର ଖ୍ୟମ ହୁଏ।

ପ୍ରଚୁର ଧନ ହାତକୁ ଆସେ

ଯିବା ଆସିବା ଭିତରେ

 ବିବେକ ହିସାବ ମାଗେ

ମଧୁମେହ ରୋଗୀ ମିଠା ମନା

ରକ୍ତ ଚାପ ବ୍ୟକ୍ତିର ମାଂସ ମନା

ମେଦ ବହୁଳ ରୋଗୀ ଚର୍ବି ମନା

ଜଟିଳ ରୋଗରେ ପୀଡିତ

ଅଯୋଗ୍ୟ ପୁତ୍ର

ବ୍ୟଭିଚାର ପତ୍ନୀ

ଉଦଣ୍ଡି କନ୍ୟା

ସ୍ବାର୍ଥ ଲୋଭୀ ପାରିବାର

ଦୃଘଟଣା ଜନିତ 

ସଞ୍ଚିତ ଅର୍ଥ

ପାଣି ପରି ଭାସିଯାଏ

ଯଦିଓ ହୃତଘାତ ହେବାକୁ ନଦିଏ।

ନିରୋଲାରେ ଦେଖିଲେ

ଏହି ସବୁ ଯାହା, ଗଛ, ଭୂମୀ

ଘର, ଦୋକାନ, ଗାଡ଼ି

ଥାଟ ବାଟ ସବୁ ମଣିଷ ବି

କେବଳ ପାଉଁଶ ଗଦା,

ଏଠାର ଅଛି ନିଆଁ, ପବନ,ପାଣି

ଆଉ ଶୂନ୍ୟ ଦିକ ବଳୟ।


Rate this content
Log in

Similar oriya poem from Action