STORYMIRROR

Bijaya kumar panda

Children

4  

Bijaya kumar panda

Children

ଟିକି ଟିକି

ଟିକି ଟିକି

1 min
191

ଟିକି ଫୁଲଟିଏ କେତେ ଯେ ସୁନ୍ଦର ଦିଅଁଙ୍କ ପୂଜାରେ ଆସେ

ବାସରେ ତାହାର ମହକ ଛୁଟଇ ମାଳୀଟିଏ ପେଟ ପୋଷେ।

ଟିକି ଘାସ ଟିଏ କେଡ଼େ ସବୁଜିମା ପ୍ରାଣୀଙ୍କର ପେଟ ପୋଷେ

ଘର ଅଗଣାରେ ଖେଳ ପଡ଼ିଆରେ ଜନ ମାନସ କୁ ତୋଷେ।


ଟିକି ଗଛଟିଏ ଅତି ଆପଣାର ସୃଷ୍ଟିର ମଙ୍ଗଳ କରେ

ବରଷା ଖାଦ୍ୟ ଜୀବନ ତହିଁରେ ଆମ ପରିବେଶ ଗଡ଼େ।

ଟିକି ବାଦଲ ଟି ଭାସି ବୁଲୁଥାଏ ଅଜଣା ଶୂନ୍ୟ ପଥେ

ବରଷି ଗଲେ ଏ ଧରା ପୃଷ୍ଠରେ ଶସ୍ୟ ଶ୍ୟାମଳୀ ଫୁଟେ।


ଟିକି କୁଡ଼ିଆ ଟି କେତେ ଯେ ସୁନ୍ଦର ଖରା ବରଷାରୁ ରଖେ

ଯୋଗୀ ଋଷିଙ୍କର ଅତି ଆପଣାର ଦିଅଁଙ୍କ ମନକୁ ରସେ।

ଟିକି ପଲ୍ଲୀ ଟିଏ ପାହାଡ଼ ସେ ପାଖେ ଦୂରକୁ ସୁନ୍ଦର ଦିଶେ

ମହାନ୍ ବ୍ୟକ୍ତିଙ୍କୁ ତିଆରି କରଇ ମହୀରେ ସେ ପୂଜା ପାଏ।


ଟିକି ବହିଟିଏ ଜୀବନକୁ ଆମ ମହକରେ ଭରି ଦିଏ 

ମହା ଅନ୍ଧକାର ଦୂରେଇ ଯାଏ ରେ ଟିକି ଦୀପଟିଏ ପାଶେ।

ଟିକି କଲମରେ ଲେଖି ବସିଲେ ସାହିତ୍ୟରେ ଧାରା ଛୁଟେ

ଟିକି ଡଙ୍ଗାଟିଏ ପାରି କରିଥାଏ ଉଛୁଳା ନଦୀର ଘାଟେ।


ଟିକି ତାରକାଟି ସୂରୁଯ ଠୁଁ ବଡ଼ ଭାବିବା ଯେବେ ଆମେ

ଟିକି ପିଲାଟିଏ ବଡ଼ ହୋଇ ସେ ଆସିବ ଆମରି କାର୍ଯ୍ୟେ।

ସାନ ଠାରେ ବଡ଼ ଗୁଣ ଭରିଅଛି ଜାଣି ଥାଅ ସବୁ ଜନେ

ହେଳା ନକରିବା ଆଦର କରିବା ତାଙ୍କର ବିକାଶ ପଥେ।।

   ସାନ ମଧ୍ୟରେ ବଡ଼ ସମ୍ଭାବନା ରହିଛି। ବିଜୟ କୁମାର ପଣ୍ଡା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children