Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangita Mishra Satapathy

Children

4  

Sangita Mishra Satapathy

Children

ଟିକି ଟିକି ତାରାଫୁଲ

ଟିକି ଟିକି ତାରାଫୁଲ

1 min
226



ଟିକିଟିକି ତାରା ଫୁଲ 

ଆମେ ସବୁ ଧରାରେ

ହସି ହସାଇବୁ ଆମେ

ଚିକ୍ ମିକ୍ ହୋଇରେ।

ତାରାପରି ଆମେ ପ୍ରତି-

ମୁଖେହସ ଦେବୁ ଭରିରେ

ରୋଗଶୋକ ଦୂରକରି

ହସାଇବୁ ଧରାରେ

ଦୂରାଇବୁ ଦୁଃଖୀମୁଖୁ

ବିଷାଦର କାଳିମା

ଭରିଦେବୁ ତା ଓଠରେ 

ଆନନ୍ଦର ଝରଣା ।

ଅଜ୍ଞାନ ତମସା ଆମେ 

ହଟାଇବୁ ଭାଇରେ

ଜ୍ଞାନର ଆଲୋକେ ଧରା 

ଆଲୋକିତ କରିରେ।

ହିଂସା ଦୂରାଇବୁ ଆମେ 

ଅହିଂସା ମନ୍ତ୍ର ଗାଇରେ

ସାଗର ଲଙ୍ଘିବୁ ଆମେ 

ଦେଶରକ୍ଷା ପାଇଁରେ ।

ଛୋଟ ସିନା ଆମେ ସବୁ

ଟିକି ତାରା ପରିରେ

ଭଲ କାମ କରିଯିବୁ

ଯଶ ରଖି ମହୀରେ।



Rate this content
Log in

Similar oriya poem from Children