STORYMIRROR

DEEPAK KUMAR PATRA

Romance

4  

DEEPAK KUMAR PATRA

Romance

ଠିକଣା ର୍ ଅନ୍ୱେଷଣେ

ଠିକଣା ର୍ ଅନ୍ୱେଷଣେ

1 min
405


ରାତିକିଛି ବାକିଥାଉ

ଏବେ ତ ଚେତିବା ଆରମ୍ଭ କରିଛି

ଫର୍ଦ୍ଦ ପରେ ଫର୍ଦ୍ଦ ଭିଜୁଛି 

ସକାଳ ହେବା ବେଳକୁ 

ସରିଯାଇଥିବ ଆମ ପ୍ରେମ ଆଲେଖ୍ୟ ।


ସମୟର ନୀରବ ଆହ୍ୱାନରେ

ଆଜି ମୁଁ ଏକାକୀ

ତୁମରି ସାନିଧ୍ୟ ର୍ ଅଭିଳାଷୀ 

ଚାଲିଛି ସାଧନା ଅବିରତ ଭାବେ

ନବାଗତ ସାଧକର ବା କ'ଣ ଇଚ୍ଛା ?

ଅଶୀ ତୀକ୍ଷ୍ଣ ଧାର ଆଗରେ

ନିଜକୁ ସମର୍ପି ଦେବା ।


ଆଗରେ ପରସ୍ତ ପରସ୍ତ ଅନ୍ଧକାର

ସେଠି ପୁଣି,ପ୍ରଦୀପର କ୍ଷୀଣ ଆଲୁଅରେ

ନିଜକୁ ଅଙ୍ଗୀକାର ବଦ୍ଧ କରି

ସ୍ୱପ୍ନ ର୍ ପଥକୁ ଅନୁସରଣ ପୂର୍ବକ୍

ପାଦକୁ ପାଦ ଯୋଡ଼ି 

ହାତେ ମାପି ଚାଖଣ୍ଡେ ଚାଲିବା ହେଉଛି

ତୁମ ଠିକଣା ଖୋଜିବାର ପ୍ରୟାସ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance