STORYMIRROR

SR Padmalaya65 Mishra

Abstract

3  

SR Padmalaya65 Mishra

Abstract

ତଥାପି

ତଥାପି

1 min
340

କାଳେ କାଳେ ନାରୀଟିଏ

ଭାଗ ଭାଗ ହେବାର

ଭାଗ୍ୟ ଭୋଗୁଥାଏ

ନିରବରେ

ପରସ୍ତ ପରସ୍ତ

ପ୍ରଶ୍ନର ଇସ୍ତାହାରରେ

ଆକ୍ତାମାକ୍ତା ହୃଦୟଟିଏକୁ

ସଯତ୍ନେ ସମ୍ଭାଳୁଥାଏ


କେବେ ଦେବୀହେଇ

ପୂଜାପାଏ

ପୁଣି କେବେ ମାନବୀହେଇ

ମୁହୁର୍ମୁହୁ ଆତ୍ମାରେ ଆତ୍ମାରେ

ଧର୍ଷିତ ହେଉଥାଏ


କେବେ ପୁଣି ଲୁହ ପିଇ

କେବେ କୋହ ଢୋକି

କେତେନାକେତେ

ଦାୟ ସମ୍ଭାଳୁଥାଏ


କାଳିମାରେ

କଳା ମଚ୍ ମଚ୍ ହେବାପରେ

ଧାରେ ଶୂଭ୍ର ହସ ଆଙ୍କିବାର

ସଫଳ ଅଭିନୟରେ

ମୁହୂର୍ତ୍ତରୁ ମୁହୂର୍ତ୍ତ ଜଳୁଥାଏ


ନାରୀଟିଏ ସଭିଙ୍କର

ତା'ର କେହିବି ନଥାଏ ନିଜର

ତଥାପି , ତଥାପି

ନିତି ନିତି ମଉଳୁଥିବା ଫୁଲପାଖରେ

ନୂଆ ଆଶାର କଢଟିଏ

ପାଖୁଡା ମେଲୁଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract