STORYMIRROR

SR Padmalaya65 Mishra

Others

4  

SR Padmalaya65 Mishra

Others

ସିଏବି ଅସହାୟ

ସିଏବି ଅସହାୟ

1 min
390

ସୁଯୋଗଟିଏ ପାଇଲି

ତ ଈଶ୍ବରଙ୍କ

ଆଜି ଦିନର

କାର୍ଯ୍ୟକ୍ରମ ଉପରେ

ଆଖି ବୁଲେଇ ଆଣିଲି

ସକାଳେ ମନ୍ଦିର

ମଧ୍ଯାହ୍ନରେ ଗୁରୁଦ୍ବାର

ଅପରାହ୍ନରେ ମସ୍ ଜିତ୍

ସନ୍ଧ୍ୟାରେ ଗୀର୍ଜାଘର


ଟିଉସନ୍ ଛୁଟିଥିଲା ବୋଲି

ପ୍ରବଚନ ଶୁଣିବାକୁ

ଯାଇଥିବା ମାଆଙ୍କ ସହ

ପିଲାଟି ବି ଯାଇଥିଲା

ସେଠି ଈଶ୍ବରଙ୍କ

ଯଶଗାନ ଶୁଭୁଥିଲା

ତା'ର ମନେପଡୁଥିଲା

ଦୁଇଦିନ ତଳେ ସେ

ଈଶ୍ବରଙ୍କୁ ଭେଟିଥିଲା

ଅଧାଅଧି

ଭୋଜି ସରିଥିବାବେଳେ

ଅଇଁଠା ପତ୍ରରୁ

ଖାଦ୍ୟ ସାଉଁଟୁଥିବା ପିଲାଟିକୁ

ସେ ତା'ର ଖାଇବାତକ

ବଢେଇ ଦେଇଥିଲା

ଭୋକିଲା ପିଲାଟି ଅଳ୍ପ ହସିଦେଇ

ନାଆଁ ତା'ର ଈଶ୍ବର ବୋଲି କହିଥିଲା ।


ଈଶ୍ୱର ଏବେ ଏବେ

ଘୋର ବିଷାଦରେ

ଆଶ୍ଚର୍ଯ୍ୟ ,

କେହିବି ଆଶ୍ଚର୍ଯ୍ୟ ହେଲେନି

ଏ ଖବରରେ !

ଥୋକେ କହିଲେ

ଏମିତି ହିଁ ହେବାର ଥିଲା

କେହ କେହି କହିଲେ

ସଭିଏଁ ତ ଏବେ ବିଷାଦରେ

ଆଉ କିଏ ପ୍ରଶ୍ନକଲେ

ଏଥିରେ ଅସୁବିଧା ବି କ'ଣ

କିଛି ପଚାରିଲେ

ଈଶ୍ୱର କିଏ ସେ

କେତେକ କହିଲେ ବଡ ସହଜରେ

ଏମିତି ବି ହେଇପାରେ

ଅନେକେ ଲାଗିପଡିଲେ

ସକଳ ଶକ୍ତି ଖଟାଇ

ଦମ୍ ଦାର୍ ଆଲୋଚନାରେ

ଥୋକାଏ ନିସ୍ପୃହ ରହିଲେ

କିଛିବି ହେଇନଥିବାର ବାହାନାରେ

ଠେଲାଠେଲି ଭିତରେ

ବଡଭାଗ ପହଞ୍ଚିଗଲେ

ଈଶ୍ବରଙ୍କ କାର୍ଯ୍ଯାଳୟ ଆଗରେ

ଅନିର୍ଦ୍ଦିଷ୍ଟ କାଳପାଇଁ

ଈଶ୍ବର ଥିଲେ ଛୁଟିରେ ।



Rate this content
Log in