STORYMIRROR

SR Padmalaya65 Mishra

Tragedy

3  

SR Padmalaya65 Mishra

Tragedy

ସମ୍ପର୍କ - ଲୁହ

ସମ୍ପର୍କ - ଲୁହ

1 min
125


ଆଖି ସହ ଲୁହର ସମ୍ପର୍କ

ଯେପରି ବାଦଲ ସହ ବର୍ଷାର

କେବେ ଝରିଯାଏ କେବେ ଶୋଷିନିଏ

ଲୁହ ଝରିଯିବାର ଦୁଃଖଠୁ

ବଳେଇଯାଏ ଝରିନପାରିବାର ଦୁଃଖ


ଲୁହ କେବେ ଆଶାରଖେ

ଅନ୍ୟ କାହାର ଦୃଷ୍ଟିକୁ

କେବେପୁଣି ବିଫଳ ହେଉଥାଏ

ଆତ୍ମଗୋପନର ପ୍ରୟାସ କରୁକରୁ


କେତେବେଳେ ଲୁହକୁ

ଜଡେଇନିଏ କେଉଁ

ସମ୍ବେଦନଶୀଳ ପଣତ

ନିଜ ପଣତ ବି

କେବେ ସ୍ତବ୍ଧହୁଏ

ଲୁହକୁ ବହିବାକୁଦିଏ ନିରତ


କିଛି ଲୁହ ଶୋଷିନିଏ ଆଖି

କିଛି ପିଏ ଓଠ

କିଛି ଲୁହର ଅଲିଭାଦାଗ

ଲାଖିରହେ ଆଖିତଳେ

କିଛି ହୃଦୟକୋଣରେ

ଲୁହଟୋପେ ମୁକ୍ତା ପାଲଟୁଥାଏ

କେବେପୁଣି ଦରଦୀ ପାପୁଲିରେ


କୋଟରଗତ ପରଳମଡା ଆଖିର

ବିନ୍ଦୁଏ ଲୁହ

କେତେ ବେଦନାକ୍ତ

ଯେମିତି ଅସହାୟ

ମଣିଷର ସାନ୍ଧ୍ୟ ବୟସ


ଲୁହ କେବେ ସୁଖର

କେବେ ଦୁଃଖର

କେବେ ଛଳନାର

କେବେ ଅଭିନୟର

ଦୁଃଖରେ ସୁଖରେ ଲୁହଟୋପେ

ଏକାନ୍ତ ନିଜର


ଧାରେ ହସ ସହ ଯେବେ

ମିଶିଯାଏ ଦୁଇଟୋପା ଲୁହ

ସାରାଟା ସଂସାର ପାଲଟେ

ଶାଶ୍ୱତ ଅମୀୟ


ପବିତ୍ର ହସଧାରେ

ଦେବତାର ଆଦର ଉପହାର

ବିନ୍ଦୁ ବିନ୍ଦୁ ଲୁହର ମାଳ

ଜୀବନଗଳାର ଅମୂଲ୍ୟ ହାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy