STORYMIRROR

SR Padmalaya65 Mishra

Abstract

3  

SR Padmalaya65 Mishra

Abstract

କଳା ଠାକୁର

କଳା ଠାକୁର

1 min
263

ରେ କଳା ଠାକୁର

ତୁ'ମୋ ଅସଲ ବନ୍ଧୁ ,ସାରା ସଂସାର

ତୋ ବିନା ଆଉକେ ନାହିଁ ନିଜର

ତୋ ରୂପ ଦର୍ଶନ ଝୁରେ ଅନ୍ତର


ବଡ ଦେଉଳକୁ ଧାଇଁ ଆସିଲି

ନିରୋଳାରେ ତୋତେ ଦେଖିବି ବୋଲି

ତୋ ରୂପ ଦର୍ଶନେ ଭଳି ମୁଁ ଗଲି

ଦୁଃଖସବୁ ମୋର ଅଜାଡିଦେଲି

ଛାଡିଯିବାକୁ ମନ ହୁଏନି ମୋର

ରେ କଳା ଠାକୁର.......


ବଡ ଦେଉଳକୁ ଧାଇଁ ଆସିଲି

ଶ୍ରୀଅଙ୍ଗକୁ ଟିକେ ଛୁଇଁବି ବୋଲି

ଲୁହସବୁ ମୋର ନିଗାଡିଦେଲି

ମାନ ଅପମାନ ସବୁ ଭୁଲିଲି

କାଟିବୁନି କେବେ ସ୍ନେହର ଡୋର

ରେ କଳା ଠାକୁର.......


ବଡ ଦେଉଳକୁ ଧାଇଁ ଆସିଲି

ଆଖିପୂରେଇ ତୋତେ ଦେଖିବି ବୋଲି

ମାୟାରେ ତୋହର ବାନ୍ଧି ମୁଁ ହେଲି

ଜୀବନେ ଅମୃତ ସ୍ବାଦ ଚାଖିଲି

ମନରୁ ନହୁଅ ତୁ କେବେ ଅନ୍ତର

ରେ କଳା ଠାକୁର

ତୁ'ମୋ ଅସଲ ବନ୍ଧୁ , ସାରା ସଂସାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract