ସବୁକିଛି ଏକାକାର
ସବୁକିଛି ଏକାକାର
ତୁମେ ମୋର ନିଃସଙ୍ଗ ପ୍ରାଣରେ ଛନ୍ଦ ତୋଳିଲ
ମୋର ଏକଲା ମନରେ ଗନ୍ଧ ଭରିଲ
ସେଛନ୍ଦରେ ମୁଁ ବିଭୋରହେଲି
ସେ ଗନ୍ଧରେ ଅବଗାହନକଲି
ଦିଗହଜା ନିବିଖ ମୁଁ
ମୋତେ ତୁମ ବତୀଘର ଠିକଣା ବି ଦେଲ
ଅରମା ପଥର ରକ୍ତଝରା ପାଦରେ ମୋର
ପଦ୍ମ ଫୁଟାଇଲ
ସୈ ଠିକଣାରେ ମୋର ପରିଚୟ ପାଇଲି
ସୈ ପଦ୍ମରେ ମୁଁ ହସ ଝରାଇଲି
ନିଦହଜା ରାତିରେ ମୋ ନିଦ ଭରିଦେଲ
ସତସତିକା ସ୍ବପ୍ନରେ ମୋର
ଆଖି ପୁରେଇଲ
ସୈ ନିଦରେ ମୁଁ ନିଶ୍ଚିନ୍ତ ରହିଲି
ସେ ସ୍ବପ୍ନରେ ପ୍ରଶାନ୍ତି ଲଭିଲି
ସହଯାତ୍ରୀ ହେବବୋଲି କଥା ଦେଇଥିଲ
ସେ ବିଶ୍ବାସରେ ମୁଁ ଆଶ୍ବସ୍ତହେଲି
ଏତେସବୁ ହେଲାପରେ
କ'ଣ ଆଉ ବାକି ରହିଗଲା ଯେ
ସବୁସତ ମିଛ ପାଲଟିଲା
ମାଟିଳ ସ୍ବପ୍ନସବୁ
ଆକାଶର ତାରା ହେଇଗଲା
ସେ ସ୍ବପ୍ନ ମିଛଥିଲା ସତେ
ସେ ବିଶ୍ବାସରେ ବିଷ ଥିଲା ଏତେ
ସୈ ପଦ୍ମ ଏତେଟା ମାରାତ୍ମକ କେମିତି ଯେ
ସେ ଛନ୍ଦ , ଗନ୍ଧ , ନିଦ ଆଉ ଠିକଣା
ସବୁ ଆଜି ଅଚିହ୍ନା , ଅଜଣା
ସେଦିନ ତୁମର ସେ
ନିଦ , ସ୍ବପ୍ନ , ଆଶା ଆଉ ବିଶ୍ବାସ
ନିରବରେ ସବୁ ସାଉଁଟିଲି
ସେଦିନର ସେ ଛନ୍ଦ, ଗନ୍ଧ
ପଦ୍ମ ଆଉ ଠିକଣାକୁ ସାଇତି ରଖିଲି
ଆଜିବି ତୁମର
ଘୃଣା , ଉପେକ୍ଷା , ପ୍ରବଞ୍ଚନା , ଛଳନା
ସବୁକିଛିକୁ ନିରବରେ ଆପଣେଇନେବି
ଏବେତ ଅପରାହ୍ନ
ବିତିଗଲାଣି ଆଧାରୁ ଅଧିକ ଦିନ
ଏତେସବୁ ହେଜୁ ହେଜୁ ବେଳବୁଡିଯିବ
ତାପରେ ତୁମେ କିଏ , ମୁଁ କିଏ
ସବୁକିଛି ଏକାକାର ହେଇଯିବ ।