STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

3  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ତଥାପି ମୁଁ ଅଛି ଖୁସି

ତଥାପି ମୁଁ ଅଛି ଖୁସି

1 min
442

ତଥାପି ମୁଁ ଅଛି ଖୁସି 


ଚାଳ ଛପରର ନୁଆଁଣିଆ ଘରେ

ଦିନ ଯାଏ ମୋର କଟି,

ଦୁଃଖରେ ସୁଖରେ ମିଳିମିଶି ଚଳୁ

ସର୍ବେ ସେ ଘରେ ଏକାଠି


ଘରଣୀ ମୋହର ଗୋବର ମାଟିରେ

ଘର , ବାରି ଦିଏ ଲିପି,

ଦୁଃଖ, ଦରଦକୁ ଲୁଚାଇ ଯତନେ

ଛାତିରେ ଦିଅଇ ଚାପି


ଓଳିଏ ଖାଇଲେ ଓଳିଏ ଓପାସ

ପେଟ ପାଇଁ କରେ ନାଟ,

ସ୍ୱାଭିମାନ ମୋର ତଥାପି ବି ଅଛି

ମାଗିନି କାହାକୁ ନୋଟ


ଧନ ନାହିଁ ବୋଲି ଗରିବ କୁହନ୍ତି

ହେଲେ ମାଗେ ନାହିଁ ଭିକ,

କୁହ ଏ ଜଗତେ କେ ଅଛି ଅମୀର

ଯମା ନାହିଁ କା'ର ଦୁଃଖ


ଧନ ଅଭାବରେ କେ ହୁଏ ନିର୍ଦ୍ଧନ

ସନ୍ତାନ ବିହୁନେ ବାଞ୍ଝ,

ସଭିଙ୍କ ଜୀବନେ ଅଭାବଟା ଥାଏ

ସ୍ୱାଭିମାନ ନେଇ ବଞ୍ଚ


କରମ ଆଦରି ଧରମ କରୁଛି

ସାହା ସେହି କ୍ଷେତ୍ରବାସୀ,

ନିଶ୍ୱ ବୋଲି ମୁହିଁ ଛାଡିନି ବିଶ୍ୱାସ

ତଥାପି ମୁଁ ଅଛି ଖୁସି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational