STORYMIRROR

Alhadini Panigrahi dash

Classics

3  

Alhadini Panigrahi dash

Classics

ତଥାପି ହସୁଛ ?

ତଥାପି ହସୁଛ ?

1 min
254

ତୁମେ ହସୁଛ ଇଶ୍ବର

ହସି ପାରୁଛ ତୁମେ

ତୁମ ସ୍ରୁଷ୍ଟି ର ଧଂସାବତାର ଅବଲୋକନ କରିବା ସତ୍ତ୍ଵେ

ଆଜିକାଲି ସମସ୍ତେ ସ୍ବେଚ୍ଚାଚାରୀ ସ୍ବାର୍ଥ ପର

ମୋଘ,ବର୍ଷା, ରୁତୁ ସମସ୍ତେ

ସ୍ବେଚ୍ଚାଚାରୀ ରୁତୁମାନେ ମନଇଚ୍ଛା ଯା'ଆସ

ତାଙ୍କପାଇଁ ନା ଅଛି ଟ୍ରାଫିକ୍ ନିୟମ

ନା ଅଛି ମୋଟା ଅଙ୍କ ର ଜରିମାନା ବ୍ୟବସ୍ଥା

କେବେ ବର୍ଷା ରେ ଗ୍ରୀଷ୍ମ ତ ପୁଣି କେବେ ଶୀତ ରୁତୁ ରେ ବର୍ଷା

ସେଇଥି ପାଇଁ ଦୂର୍ଘଟଣା

ଫନି,ହୁଡ୍ ହୁଡ୍ ମାନଙ୍କ ଭିତରେ

ଆଗ ପ୍ରୁଥିବୀ କୁ ଆସିବାକୁ ଟଣାଓଟରା

ତଥାପି ତ ତୁମେ ହସୁଛ କିଛି ନଜାଣିଲା ପରି

କେବେ ଚିନ୍ତା କରିଛ ଇଶ୍ବର

ସହସ୍ର ଦୌପଦୀ ଙ୍କ ଚୀର ହରଣ କରୁଥିବା

ଅଜସ୍ର ଦୂ8ଶାସନ ଙ୍କ ଭୂଜ ଉତ୍ପାଡନ କରିବାର

ଆଧୁନିକ ଉପାୟ

ହେତୁ ପାଇଲା ଦିନୁ ଶୁଣି ଆସୁଛି

କାଳେ ତୁମେ ଅନ୍ତର୍ଯ୍ୟାମୀ

ତାହେଲେ କାହିଁକି ଶୁଣି ପାରୁନ ଭକ୍ତ ର ଅନ୍ତର

ଅଯଥା ତୁମ ପୂଜାର୍ଚ୍ଚନା ରେ ତାକୁ କରୁଛ ଖର୍ଚ୍ଚାାନ୍ତ

ସହସ୍ର ଲିଟର କ୍ଷୀୀର ତୁମ ଉପରେ ଢଳା ହେଲା ବେଳେ

ତୁମେ ହସୁଛ ଶାନ୍ତିରେ

ସେପଟେ କ୍ଷୀୀର ଟୋପେ ବିନା ସରିଯାଉ ପଛେ

ଗରୀବ ଶିଶୁ ର ଅମୂଲ୍ୟ ଜୀବନ

ମୋର କାହିଁ ତୁମ ଉପରେ ବେଳେବେଳେ ସନ୍ଦେହ ହୁଏ ଇଶ୍ବର

କପଟୀ ମଣିଷ ଙ୍କ ଗହଣ ରେ ରହିରହି

ତୁମେ ମଧ୍ୟ ଶିଖି ଗଲଣି ନକଲି ଚିକଣିଆ ହସ


ନହେଲେ ତ

ମୋତେ ଲାଗେ ଭିତରେ ଭିତରେ ତୁମେ କାନ୍ଦୁଛ

ଗୁମୁରି ଗୁମୁରି

ଯନ୍ତ୍ରଣା ରେ ଚରିଗଲାଣି ତୁମ ହ୍ରୁଦୟ

ପୋକା ବାଇଗଣ ର ଫମ୍ପା ଶରିର ପରି

ଏଥର ତ ବନ୍ଦ କର ତୁମ ନକଲି ହସ

ଫେରିଆସ ପୁଣିଥରେ

ନିଅ ତୁମ ନଟରାଜ ବେଶ

ଅନ୍ୟାୟ, ଅସତ୍ୟ,ଅନିତୀର ନାଶ ପାଇଁ ପ୍ରକଟ ହୁଅ

ଡମ୍ ଡମ୍ ଡମ୍ବରୁ ସୁର ରେ

ତ୍ରିଶୁଳ ର ଝଙ୍କାରରେ ଅପସରି ଯାଉ

ସମସ୍ତ ଦୁର୍ନୀତି

ସ୍ରୁଷ୍ଟି ର ନବ ନିର୍ମାଣ କରି

ଭରିଦିଅ ଅମ୍ରୁତ ର ସ୍ପର୍ଶ

ତାପରେ ଯାହା ପାରୁଛ ହସ ଇଶ୍ବର

ମନଖୋଲା ,ତ୍ରୁପ୍ତୀ ମୟ ହସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics