Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Abstract

4.6  

baijayantimala rout

Abstract

ତଥାପି ବଞ୍ଚିଛି

ତଥାପି ବଞ୍ଚିଛି

1 min
119



ଜୀବନ ଜଞ୍ଜାଳ ନୁହେଁଟି ସରଳ

ମାୟା ଭରା ସଂସାରରେ ,

ସବୁ ଏଠି ମିଛ ଜୀବନଟା ତୁଛ

ସ୍ବାର୍ଥ ଭରା ଦୁନିଆଁରେ ।

ସ୍ବପ୍ନ ବାଲିଘର ହୁଏ ନାରଖାର

ବଞ୍ଚିବା ନୁହେଁ ସହଜ ,

ସ୍ବାର୍ଥ ତରୁଡାଳେ ଏ ମଣିଷ ଝୁଲେ

ବିବେକ ହୁଏ ନିଖୋଜ ।

ପ୍ରେମ ପରିଭାଷା ସରିଯାଏ ଆଶା

ସମ୍ପର୍କେ ପଡଇ ଫାଟ ,

ସତ୍ଯର ପୂଜାରୀ ନୁହେଁ ଏଠି ନାରୀ

ହୃଦୟ କରେ ଉଚ୍ଚାଟ ।

ସ୍ନେହ ମମତାର ନୁହେଁ ପରିବାର

କଳିର କଳୁଷ ଭରି ,

ଧରଣୀ ବୁକୁରୁ ଏଇ ଦୁନିଆଁରୁ

ସୁଖ ଶାନ୍ତି ଯାଏ ସରି ।

ଦୁଃଖର ପସରା ଲୁହର ଆଶରା

ସବୁ ଏଠି ଆପଣାର,

ସୁଖର ପାଉଣା ଲାଗେ ଏଠି ଉଣା

କେହିବି ନୁହେଁ କାହାର ।

ଜୀବନଟା ସାରା ଯାତନାରେ ଭରା

ଲୁହର ସଉଦା କରି ,

ସୁଖଟି ସପନ ଦୁଃଖଟି ଜୀବନ

ଆତ୍ମା ଫୁଲ ଯାଏ ମରି ।

ତଥାପି ବଞ୍ଚିଛି ଯୁଦ୍ଧରେ ଜୁଝୁଛି

କେବେ ହାରିଯିବି ନାହିଁ ।

ଦୁଃଖକୁ ଆଦରି ସୁଖ ସମ ବରି

ଶେଷଯାଏ ଥିବି ରହି ।


Rate this content
Log in

Similar oriya poem from Abstract