STORYMIRROR

Dipti lekha Mishra

Abstract Inspirational Others

3  

Dipti lekha Mishra

Abstract Inspirational Others

ଜୀବ ତ ଯିବ -୧

ଜୀବ ତ ଯିବ -୧

1 min
224

ଆଜି ଜନ୍ମ ନେଈଛି ଜୀବ

ଜୀବନ ଧରି ଧରାରେ

ଦିନେ ପୁଣି ଫେରିବ

ଜୀବନ ଶେଷ ସ୍ପର୍ଶରେ॥


ଜୀବ ଜାଣେ ଜୀବନର

ମାନେ କେତେ ସୁନ୍ଦର

ଜୀବ ଜାଣେ ଅନ୍ତସମୟ

କଟିବ କେମିତି ତାହାର॥


ଅଣୁ ଠାରୁ ଭୂତାଣୁ ଯାଏଁ

ସଭିଏଁ ପ୍ରାଣ ଜୀବଙ୍କର

ସବୁ ଜୀବ ଶେଷେ ଯିବେ

ଶରଣେ ସେ ପ୍ରଭୂଙ୍କର॥


ଦୟାକର ଆହେ ଦୀନବନ୍ଧୁ 

ଜୀବ ଯିବ ଦିନେ ନା ଦିନେ

ଜୀବ ଥିବା ଯାଏଁ ଦେହେ

ହୀନ କରିବନି ଗୁମାନେ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract