ସମୟ
ସମୟ


ଶିଶୁ ଟିଏ ସବୁ ଶିଖେ ବୟସର ପାଦ ବଢିଲେ
ମାଆ ଟିଏ ଖୁସି ହୁଏ ସନ୍ତାନ ଲଭିଲେ
ମଣିଷ ଟି ଆନନ୍ଦ ପାଏ ସଫଳତା ହେଲେ
ସମୟ ଆସିଲେ ବୋଧେ ଏମିତି ହୁଏ।।
କାଉଟିଏ ସୁନ୍ଦର ଲାଗେ ଯୌବନ ଆସିଲେ
ନଦୀ ମଧ୍ୟ କୁମାରୀ ବୋଲାଏ ଶ୍ରାବଣ ଆସିଲେ
ମୟୁର ନୃତ୍ୟକରେ ଆକାଶେ କଳାମେଘ ଦେଖିଲେ
ସମୟ ଆସିଲେ ବୋଧେ ଏମିତି ହୁଏ।।
ନେତାଙ୍କ ମିଥ୍ୟାବାଣୀ ଅମୃତ ଲାଗଇ
ନିର୍ବାଚନ ସମୟ ଆସିଲେ
ମୁର୍ଖ ମଧ୍ୟ ଜ୍ଞାନୀ ବୋଲାଏ ପାଖେ ଟଙ୍କା ଥିଲେ
ସ୍ୱାର୍ଥପର ସ୍ବାର୍ଥ ଖୋଜେ ଲୋଭ ଗ୍ରାସ କଲେ
ସମୟ ଆସିଲେ ବୋଧେ ଏମିତି ହୁଏ।।
ଈଶ୍ବର ମିଳନ୍ତି ଏଠି ପାଖେ ବିଶ୍ବାସ ଥିଲେ
ବିଶ୍ବାସେ ବିଷ ମିଳେ ପାଖେ ଅହଁଙ୍କାର ହେଲେ
ସ୍ନେହ ଶ୍ରଦ୍ଧା ମିଳେ ତେବେ ଭକ୍ତି ଭାବ ଥିଲେ
ସମୟ ଆସିଲେ ବୋଧେ ଏମିତି ହୁଏ।।
ମଣିଷ ଜୀବନ ହାରେ ପାଖେ ଅବିଶ୍ବାସ କଲେ
କାହାଣୀ ଟି ଭଲଲାଗେ ସନ୍ଦେହ ବଢିଲେ
କବି ଟିଏ କବିତା ଲେଖେ ଭାବ ଟିଏ ଭଉଁରୀ କାଟିଲେ
ସମୟ ଆସିଲେ ବୋଧେ ଏମିତି ହୁଏ।।