ଠାବ ମୁଁ କରିଛି
ଠାବ ମୁଁ କରିଛି
ଜନନୀ ଗୋ ରାମ କୃପା ବଳୁ ଠାବ କରିଛି
ମାତାଙ୍କରକଷ୍ଟ ମୁଁ କେତେ ଆଖିରେ ଦେଖିଛି
ରାମଙ୍କ ଆଜ୍ଞାରେ ଜନନୀ ଲଙ୍କାକୁ ଆସିଛି
ରାମଙ୍କ ଖବର ମାତାହେ ବିସ୍ତାରେ କହୁଛି।
ଜନନୀ ଗୋ........
ଶୁଣ ଗୋ ଜନନୀ ପ୍ରଭୁଙ୍କ ଖବର କହୁଛି
ମନଚିନ୍ତା ତାଙ୍କ ସର୍ବଦା ତୁମରେ ରହିଛି
ନିଦ୍ରାନାହିଁ ମାତା ତାଙ୍କର ଅନିଦ୍ରା ଦେଖିଛି
ବାନର ରାଜନ ସୁଗ୍ରୀବ ସାହାଯ୍ୟ କରୁଛି।
ଜନନୀ ଗୋ.........
ମିତ୍ରତା ଦୁହିଁଙ୍କ ମଧ୍ୟରେ ପ୍ରଗାଢ ହୋଇଛି
ମୃତ୍ୟୁ ରାବଣର ଜନନୀ ନିଶ୍ଚିତ ହେଉଛି
ବାନରସେନାଙ୍କୁ ଘେନିଣ ଆସିବେଟି ରାମ
ମାତାଙ୍କ ଉଦ୍ଧାର ନିଶ୍ଚିତେ କରିବେ ଶ୍ରୀରାମ।
ଜନନୀ ଗୋ...........
ଅନାଦି ଅନନ୍ତ ଅଟନ୍ତି ପ୍ରଭୁ ଶୀରାମହେ
ଏକବାଣେ ମାରିଲେ ବ।ଳି ସୁଗ୍ରୀବ ଭାଇହେ
କନିଷ୍ଠଭାଇର ପତ୍ନୀଙ୍କୁ ରଖିଣ ସେ ଥିଲା
ସୁଗ୍ରୀବଙ୍କୁ ଟି ରାଇଜରୁ ବାହାର କରିଲା।
ଜନନୀ ଗୋ.........
ବାଳିକୁ ମାରିଣ ସୁଗ୍ରୀବେ ରାଜନ କରିଲେ
କିସ୍କିନ୍ଦା ରାଜ୍ୟକୁ ଶ୍ରୀରମ ଅର୍ପଣଟି କଲେ
ବାନର ମଧ୍ୟରେ ଅଛନ୍ତି ବଳଶାଳୀ ବହୁ
ଏକରୁ ଆରେକ ଜନନୀ ଶକ୍ତିଶାଳୀ ବହୁ।
ଜନନୀ ଗୋ...........
ଅଞ୍ଜନା ନନ୍ଦନ ଜନନୀ ମୁହିଁତ ବାନର
ଭଲରେ ଅଛନ୍ତି ଜନନୀ ସ୍ବାମୀତ ତୁମର
ଭଲରେ ଅଛନ୍ତି ଲକ୍ଷଣ ଭାଇଙ୍କ ସେବାରେ
ବାନର ସୈନିକ ଖୋଜନ୍ତି ଜନନୀ ଠାବରେ।
ଜନନୀ ଗୋ..........
ରାମଙ୍କ ମୁଦ୍ରିକା ମାରୁତି ସୀତାଙ୍କୁ ଦେଲେସେ
ମୁଦ୍ରିକା ଦେଖିଲେ ଜାନକୀ ଜାଣିବ ସବୁସେ
ଦେଖିଣ ଜନନୀ ବହୁତ ରୋଦନ କରିଲେ
ମୁଦ୍ରିକା ଦେଖିଣ ଜନନୀ ସବୁତ ଜାଣିଲେ।
ଜନନୀ ଗୋ...........
ଅନେକ ପ୍ରଶଂସା କରିଲେ ଦେବୀ ହନୁମାନେ
ମାତାଙ୍କ ଠାବକୁ କରିଲୁ ନିର୍ଭୟର ମନେ
ଦେଖୁଛୁ ପୁତ୍ରରେ ସବୁତ ମୋହର ଅବସ୍ଥା
ଏଠୁଶୀଘ୍ର ଘେନି ନେବାର କରିବେ ବ୍ୟବସ୍ଥା।
ଜନନୀ ଗୋ........
ଚୁଡାମଣିଟି ଦେବୁ ପୁତ୍ର ରାମଙ୍କ ହସ୍ତରେ
ଦୁଃଖର କାହାଣୀ ସବୁତ କହିବୁ ତାଙ୍କରେ
ସୁଗ୍ରୀବଙ୍କ ସେନା ଧରିଣ ଆସିବେ ଲଙ୍କାରେ
ଅତ୍ୟାଚାରୀ ରାଜା ରାଵଣ ମାରିବେ ଯୁଦ୍ଧରେ।
ଜନନୀ ଗୋ........
