STORYMIRROR

Anirudha Kund

Tragedy Classics

3  

Anirudha Kund

Tragedy Classics

ଟେକ ରଖ କଳାବାମନ

ଟେକ ରଖ କଳାବାମନ

1 min
253

ତାପିତ ପରାଣ କରେ ନିବେଦନ 

 ଉଦ୍ଧାର ପତିତପାବନ

କୃପାରେ କୃପଣ କରିଲେ ଆପଣ

  ଭାସିଯିବ ଜଗଜ୍ଜୀବନ ।


 ଅଦୃଶ୍ଯ ଭୁତାଣୁ କରିଲାଣି ସ୍ଥାଣୁ

   ରଚି ତାର ତାଣ୍ତବ ଲୀଳା

ଭାବି ଅପରାଧି ଚାହିଁବନି ଯଦି

   ବୁଡିଯିବ ଭକତ ଭେଳା

ସର୍ବ ଦାସ ଦୋଷ  କର ପ୍ରଭୁ ନାଶ

   କଳାଧନ ଚକାନୟନ ।


ଜଗତ ଆୟତ କରହେ ସାଆନ୍ତ

   କୋପକୁ କରି ପ୍ରସମୀତ

ନକରି ବଞ୍ଚିତ ଦୟାରୁ ଅଚ୍ୟୁତ

   ଭକ୍ତପ୍ରେମ ରହୁ ଶାଶ୍ବତ 

କରି ପ୍ରସାରିତ ତୁମ ବେନି ହସ୍ତ

   ଟେକ ରଖ କଳାବାମନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy