ଟେକ ରଖ କଳାବାମନ
ଟେକ ରଖ କଳାବାମନ
ତାପିତ ପରାଣ କରେ ନିବେଦନ
ଉଦ୍ଧାର ପତିତପାବନ
କୃପାରେ କୃପଣ କରିଲେ ଆପଣ
ଭାସିଯିବ ଜଗଜ୍ଜୀବନ ।
ଅଦୃଶ୍ଯ ଭୁତାଣୁ କରିଲାଣି ସ୍ଥାଣୁ
ରଚି ତାର ତାଣ୍ତବ ଲୀଳା
ଭାବି ଅପରାଧି ଚାହିଁବନି ଯଦି
ବୁଡିଯିବ ଭକତ ଭେଳା
ସର୍ବ ଦାସ ଦୋଷ କର ପ୍ରଭୁ ନାଶ
କଳାଧନ ଚକାନୟନ ।
ଜଗତ ଆୟତ କରହେ ସାଆନ୍ତ
କୋପକୁ କରି ପ୍ରସମୀତ
ନକରି ବଞ୍ଚିତ ଦୟାରୁ ଅଚ୍ୟୁତ
ଭକ୍ତପ୍ରେମ ରହୁ ଶାଶ୍ବତ
କରି ପ୍ରସାରିତ ତୁମ ବେନି ହସ୍ତ
ଟେକ ରଖ କଳାବାମନ ॥୨॥