Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Others

3  

Anita Dash

Abstract Others

ତତେ ମା ମୁଁ ମନେ ପକାଉଛି

ତତେ ମା ମୁଁ ମନେ ପକାଉଛି

1 min
54



ହରଦମ ଦୁଇ ଆଖି କୋଣେ କାଇଁ

ଲୁହ ଟୋପା ଟୋପା ଜକଉଚି,

ଯେତେ ବୁଝେଇଲେ ମନ ମୋ ବୁଝୁନି

ତତେ ମା ମୁଁ ମନେ ପକଉଛି I [1]

ବାର ବାର ଡାଁ ଆଖିପତା କିଏ

ତଳକୁ ଉପର ନଚଉଛି,

ଗରମ ଗରମ ତତଲା ନିଶ୍ଵାସ

ଛାତି ଭିତରଟା ତତଉଛି I [2]

ଝାଳ ବିନ୍ଦୁ ବିନ୍ଦୁ ଝରି ଝରି ଯାଇ

ଦେହସାରା ଖାଲି ସଂତଉଛି,

ଚାଲିଲା ବେଳକୁ ପାଦ ଦୁଇଟି ମୋ

ଏପଟ ସେପଟ ପକଉଛି I [3]

ସକାଳର ମନ୍ଦ ସମୀର ମୋ ମନ

ଫରଫର କିଆଁ ଉଡାଉଛି,

ମିଠା ମିଠା ମଲ୍ଲି ବାସନା କାହିଁକି

ପ୍ରାଣରେ ପୁଲକ ଜଗାଉଛି I [4]

ନୀଳ ଅକାଶର ପକ୍ଷୀର କାକଳି

କାନରେ ମୋ ଆସି ଗୁଞ୍ଜୁଅଛି,

ଆଲୁରୁ ବାଲୁରୁ ସୁଖ ଦୁଃଖ କେତେ

ଭାବନାରେ ମନ ମଜଉଛି I [5]

ପୂରୁବ ଆକାଶେ ବାଳ ସୂରୁଜର

କିରଣ ଆଶାକୁ ଜଗାଉଛି,

ଭସା ଭସା ମେଘ ସାଥେକି ମା ଲୋ

ସନ୍ଦେଶ କି କିଛି ଆସୁଅଛି [6]

ହାଲକା ହାଲକା ଦଲକା ପବନ

ମନରେ ଶରଧା ବଢ଼ଉଛି,

ପରସ୍ତ ପରସ୍ତ ସ୍ମୃତିର ପଟଳ

ଫୁଲେଇ ପଣିଆ ଉଖାରୁଛି I [7]

ତୋ କୋଳେ ଟିକେ ମୁଣ୍ଡ ରଖି ଗେଲ

ହେବାକୁ ମୋ ମନ ତରସୁଛି,

ଫୁଲି ଫୁଲି କାନ୍ଦି ଗୋଡ ଛାଟି ଛାଟି

ଅଝଟକୁ ମନ ବଳଉଛି I  [8]

ତତେ ମା ମୁଁ ମନେ ପକଉଛି


Rate this content
Log in

Similar oriya poem from Abstract