STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ଟାଇଁ ଟାଇଁ ଖରା

ଟାଇଁ ଟାଇଁ ଖରା

1 min
310


ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଧରା

      ଶୁଖି କ୍ଷୀଣ ହୁଏ ନଦୀ ନାଳର ଜଳଧାରା,

ଗମ୍ ଗମ୍ ବହେ ଝାଳ ଦେହ ସାରା

       ଘରୁ ହୁଏନା ବାହାରି ଟାଇଁ ଟାଇଁ ଖରା।

ପ୍ରବଳ ଗୁଳୁଗୁଳି ଝାଞ୍ଜିର ଅସହ୍ୟ ତାତି

         କରେ ହନ୍ତସନ୍ତ ଲାଗେ ବେସାହାରା,

ସୂରୁଜ ଜଳେ ଯେତେ ଜଳାଏ ତାଠୁ ବେଶି

      ଲାଗେ ଦୁର୍ବଳ ମଳିନ ଦିଶେ ଚେହେରା।

ସକାଳୁ ସଂଜ ଗରମ ବାମ୍ଫର ତାପ

      ଶୁଷ୍କ ରୁକ୍ଷ ନିର୍ମମ ପାଲଟିଯାଏ ବସୁନ୍ଧରା,

ଆତଙ୍କିତେ ପ୍ରମାଦ ଗଣେ ମାନବ ସମାଜ  

       ଦୈନଦିନର କାର୍ଯ୍ୟକ୍ରମ ରହେ ଅଧୁରା।

ସୁରକ୍ଷିତ ଶାନ୍ତିରେ ରହିବାକୁ କରେ ପ୍ରଯତ୍ନ

     ଖରାକୁ ଏଡ଼ି ଆଶ୍ରୟ ନିଏ ହୋଇ ବିଚରା,

ଦାରୁଣ ନିଦାଘେ ସୂର୍ଯ୍ୟର ପ୍ରଖର କିରଣ

   ପ୍ରକୃତି ନିୟମେ ବନ୍ଧା ଦିଏ ଟାଇଁ ଟାଇଁ ଖରା।

ଦେଇ କଷ୍ଟ ଯନ୍ତ୍ରଣା ବର୍ଷାକୁ କରେ ଆମନ୍ତ୍ରଣ

     ଆସିଲେ ବର୍ଷା ଲାଘବ ହୁଏ ଜୀବନଧାରା,

ରହିଲେ ସଚେତନ କରି ଉପଚାରର ବିଧାନ

    ଅଂଶୁଘାତ ହୁଏନା ଲାଗି ଟାଇଁ ଟାଇଁ ଖରା।

ଦୁଃଖରେ ଜୀବନ ଗଢ଼ି ଶିଖିବାକୁ ଦିଏ ଆହ୍ଵାନ

 ଦୁଃଖ ପରେ ସୁଖ ସଂସାରକୁ ଧାଇଁ ଆସେ ପରା,

କଷ୍ଟ ନସହିଲେ କିଛିରେ ନାହିଁ ତ ସଫଳତା

   ଶୃଙ୍ଖଳିତ ନୀତିରେ ମଧୁମୟ ହୁଏ ସସାଗରା।

     


Rate this content
Log in

Similar oriya poem from Action