STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ତରୁଣ

ତରୁଣ

1 min
155

 

ଜୀବନ ନାଟକ ମଧ୍ୟାହ୍ନ ଘଡିରେ

    ତରୁଣ ତାରୁଣ୍ୟ ଭରେ

ନୂତନ ଭାବନା ଆସଇ ହୃଦୟ

   ଗୁପ୍ତ ଗହନ ଗହ୍ବରେ ।।

ତରୁଣ ଆଖିରେ ସତେ ସ୍ବର୍ଣ୍ଣବହ୍ନି

   ଓଠରେ ମୁକ୍ତିର ହସ

ମନେ ଶିହରଣ ଉଦ୍ଦାମ ପ୍ରବୀଣ

  ଦେହେ ନିରଳସ ବେଶ ।।

ପର ଉପକାରେ ସତତ ଚେଷ୍ଟିତ

   ନଥାଏ ମନରେ ଦ୍ବେଷ

ଈର୍ଷା ହିଂସାଠାରୁ ବହୁତ ଦୂରରେ

  କରେ ନାହିଁ ଅବଶୋଷ ।।

ଜଗତ କଲ୍ୟାଣେ ନିର୍ବିକଳ୍ପ ଭାବେ

  ହୋଇଥାଏ ସେବାବ୍ରତୀ

ତାରୁଣ୍ୟ ଅବସ୍ଥା ସମଭାବ ଆଣେ

  ପ୍ରାଣେ ଭରି ସଦା ଫୁର୍ତ୍ତି ।।

ଆଜିର ଦୂନିଆ ବିଚିତ୍ରା ହାଟରେ

   ସ୍ବାର୍ଥହୀନ ସିଏ ଏକା

ନୂତନତ୍ତ୍ୱ ଆଶା ହୃଦେ ଭରିଥାଏ

  ନ ରଖି ମନରେ ଶଙ୍କା ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational