STORYMIRROR

Samar Ballav Bhoi

Inspirational

4  

Samar Ballav Bhoi

Inspirational

ତରୁଣ

ତରୁଣ

1 min
233


ଜୀବନ ଆକାଶେ ଉଇଁ ଆସେ 

ଯେବେ ତରୁଣ ବୟସ 

ପୁଲକିତ ମନ ଶୀହରଣ କରେ

ସବୁ କିଛି ହୁଏ ସରସ।।


ତରୁଣ ବୟସ କରିଲେ ପ୍ରବେଶ 

ଭଲମନ୍ଦ ହୁଏ ପ୍ରକାଶ

ଜ୍ଞାନ ବୁଦ୍ଧି ବଳ ତେଜସ୍କ୍ରିୟ ହୁଏ

ସଂଯମତା ହୁଏ ବିକାଶ ।।


ତରୁଣ ବୟସ ଲାଗେ ଆପଣାର

ନିପୁଣ ସେ ନିଜ ଭାବନାର

ବୟସ ଆଧାର ଚତୁର ବିଭୋର

ଲାଗେ ସବ ସବୁଜ ସୁନ୍ଦର ।।


ମନ ନକ୍ସାରେ ଭାବନା ଅଙ୍କନ

ପର୍ବତ ଶୀଖର ଆଶାର ଅସାର

ଉନ୍ମାଦନା ଖେଳେ ହୃଦୟ ବେଳାରେ

ଆଚାର ବିଚାର ସବୁ ଅଟେ ନିଜର।।


ତରୁଣ ବୟସେ ବୁଝିଗଲେ ସବୁ 

ସହଜ ସରଳ ହୁଏ ଜୀବନ ଆଧାର

ଆତ୍ମବିଶ୍ୱାସ ଚରିତ୍ରକୁ କରିଲେ ସୁଦୃଢ

ଜୀବନ ରାସ୍ତାଟି ହୁଅଇ ସୁନ୍ଦର।।


ତରୁଣ ବୟସ ଅଟେ ପ୍ରତିବିମ୍ବ

ଗଢି ଉଠେ ଯଶ ଓ ପ୍ରତିଷ୍ଠା  

ଜୀବନର ମାନେ ଆପେ ବୁଝିଗଲେ

ସମାଜ ନଜରେ ମିଳେ ପ୍ରଶଂସା।।


ଦେଶ ଜାତି କୁଳ ମାନ ଗୈ।ରବ  

ବଢାଏ ତରୁଣ ବୟସ ପ୍ରତିଭା 

ତରୁଣ ବୟସ ଅଟେ ସୁମଧୁର

ନିଃସ୍ଵାର୍ଥପର ଭାବେ ଯଦି କରେ

ଜାତି ଦେଶ ରାଜ୍ୟ ସେବା।।




Rate this content
Log in

Similar oriya poem from Inspirational