STORYMIRROR

Subhakanta Sahu

Inspirational

2  

Subhakanta Sahu

Inspirational

ତୃପ୍ତି

ତୃପ୍ତି

1 min
14.5K


ଧୂ ଧୂ ଖରାବେଳେ

ନିଦାଘର ଅନଳ ଝାଞ୍ଜିରେ

ଧଇଁସଇଁ ଝାଳେନାଳେ

କାମରୁ ଲେଉଟି ଆସନ୍ତି-

ମୁହଁ ମୁହଁ ସଞ୍ଜବେଳେ

କ୍ଳାନ୍ତ ପକ୍ଷୀର ଘର ଲେଉଟାଣି ପରି୤

ମୟୁର ପୁଚ୍ଛ କୋମଳ

ପଣତ କାନିକୁ

ମଳିନ ମୁହଁରେ ମୋ

ଦୁଇଥର ବୁଲାଉ ବୁଲଉ

ମୋ ଶାରୀରିକ କଷ୍ଟର ପ୍ରତିଫଳନ

ତୁମ ମନ କଷ୍ଟକୁ ଲୁଚାଇ ନପାରି

ବ୍ୟତିବ୍ୟସ୍ତେ ବ୍ୟକ୍ତ କରିଦିଅନ୍ତ,

“ହେ ଭଗବାନ୍ !

ଏ ନିଆଁ ଖରାଟାରେ ହେଲେ ତମେ...”


ଆପେ ବସି ଆକର୍ଷି ନିଅନ୍ତ

ମଥାକୁ ମୋ ଆପଣା କୋଳକୁ

ବିଦ୍ୟୁତ୍ ବିଭାଗ ଉପରେ

ଗରଗର ହେଉହେଉ

ହାତ ପାପୁଲିରେ ସ୍ୱତଃ ଘୁରି ଉଠନ୍ତା

ବାଉଁଶ ପାତିଆ ପଙ୍ଖା,

ମୁଁ ଇଛିନଥାନ୍ତି କେବେବି

ବିଦ୍ୟୁତ୍‌ର କୁତ୍ରିମ ପବନ||


ପ୍ରାପ୍ତ ଏଇ ନିଦାଘର

ଶୀତଳ ସମୀରେ

ମୁଦି ହେଉ ହେଉ ମୋ ବେନି ନୟନ

ଭାବନ୍ତି ପାଆନ୍ତି କି ତୁମକୁ

ସାଥୀ ରୂପେ ଜନମ ଜନମ!


ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ୍,

ପୋଲସରା, ଗଂଜାମ,

ପିନ୍-୭୬୧୧୦୫

ମୋ-୯୮୬୧୭୩୨୨୫୬

E-mail:sahusubhakanta@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational