STORYMIRROR

Krushna Chandra Dakua

Inspirational

4  

Krushna Chandra Dakua

Inspirational

ତପସ୍ୟା ତ ଚାଲିଛି (କେବେ ଝିଅ'ର ଭୂମିକାରେ)

ତପସ୍ୟା ତ ଚାଲିଛି (କେବେ ଝିଅ'ର ଭୂମିକାରେ)

1 min
263

ରୂପା ମାଷ୍ଟ୍ରାଣୀ କଥା ଆରମ୍ଭ କରିଲା 

ଏହି ପଦରୁ 

ଯଦିଓ ମୋ ବୟସ କମ୍ ଥିଲା 

କିନ୍ତୁ ନିଜ ଉପରେ ଭାର ଥିଲା, ବୋଝ ଥିଲା, 

ପରିବାର କଲ୍ୟାଣ ଓ ପରିଚାଳନା ଦାୟୀତ୍ୱ ଥିଲା,

ସାନ ଭାଇକୁ ଉତ୍ତମ ମଣିଷ କରିବାର ଆଗ୍ରହ ଥିଲା,

ମା ମୁହଁରେ ଦୁଃଖ ନ'ଦେଖିବାର ସଂକଳ୍ପ ଥିଲା,

ନିଜ ପରିବାର ପାଇଁ ଭଲ ଘର, ଭଲ ପୋଷାକ ଏବଂ 

ଭଲ ଆସବାବ ପତ୍ର ବ୍ୟବହାର କରି 

ଉତ୍ତମ ଜୀବନ କାଟିବାର ଯିଦ୍ ଥିଲା 

ଏମିତି କେତେ କ'ଣ 

ଯେମିତିକି ଅଜସ୍ର ଆଶା, ଆକାଂକ୍ଷା,

ମୋହ, ମାୟା ଓ ଭଲପାଇବା 

ନିଜ କଅଁଳ ହାତ ମୁଠାରେ ବସା ବାନ୍ଧିଥିଲେ !

ଶିକ୍ଷା ଦ୍ଵାରା ସମାଜ ସଂସ୍କାର ଆଣିବା 

ମୋର ଓ ମୋ ବାପାଙ୍କ ସଂକଳ୍ପ ଥିଲା ।

କାରଣ ମୋ ବାପା ନିକଟ ସ୍କୁଲ୍ ରେ ଶିକ୍ଷକ

ଆଉ ମୁଁ ଗୋଟଏ ଉତ୍ତମ ଶିକ୍ଷକଙ୍କ ଝିଅ

ଖୁବ୍ ସନ୍ତ୍ରପଣରେ ଧୀରେ ଧୀରେ କହୁଥିଲା 

ରୂପା ମାଷ୍ଟ୍ରାଣୀ ମୋତେ 

ମୁଁ କିନ୍ତୁ 

ଲାଗିଥିବା ରକ୍ତପାତ ଯୁଦ୍ଧରେ 

ଜୀବନ ଯାଉଥିବା 

ପ୍ରତିଟି ସୈନିକଙ୍କ ରକ୍ତ କଣିକାରେ 

ଜୁଡୁବୁଡୁ ହେଉଥିଲି ଏବଂ

ମୋ ଅଜଣାରେ ମୁଁ କାନ୍ଦୁଥିଲି 

ମୋ ଆଖି ଗୋଟିଏ ପଟେ ରହିଥିବା ବେଳେ

ରୂପା ମାଷ୍ଟ୍ରାଣୀର କଣ୍ଠରୁ ଆସୁଥିବା ଗୁଳିମାଡ଼ 

ମୋ କାନରେ ବାଡେଇ ହେଲା ଏବଂ

ଜୀବନ ଚାଲିଯିବାର ଚିତ୍କାର ମଧ୍ୟ ଆସିଲା .......!!


(ଦେଖା ହେବା ପୁଣି କ୍ରମଶଃ ଅଧ୍ୟାୟ ୨ରେ )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational