ତପୋଭୂମି ଭାରତ
ତପୋଭୂମି ଭାରତ
ମୋ ଦେଶ ଭାରତଭୂମି, ଅଟୁ ମାଆ ତପୋଭୂମି
ତୋହରି କୋଳରେ ମୁନି ଋଷି ଜ୍ଞାନୀ ଗୁଣି ଜନମି ।
ଗଙ୍ଗା ଠାରୁ ଗୋଦାବରୀ ଚରଣ ଧୋଇ ତୋହାରି
ହିମାଳୟ ପର୍ବତ,ସିନ୍ଧୁ କାବେରୀ ନଦୀ ଅମୃତ ବାରି ।
ତୋର ପୁତ୍ର ବୀର ଜବାନ ବିପ୍ଲବୀ କରି କାରାବରଣ
ଗାନ୍ଧୀ ଗୋପବନ୍ଧୁ ଆଦି କେତେ ମହାରଥୀ ବିଦୁଷୀଗଣ ।
ତୋ ଚରଣାମୃତ କରି ପାନ ହୋଇଛନ୍ତି ବିଶ୍ୱ ପ୍ରସିଦ୍ଧ
ଲେଖକ,ଗାଳ୍ପିକ,ଔପନ୍ୟାସିକ,ଐତିହାସିକ ସମୃଦ୍ଧ ।
କଳାକାର,କଥାକାର,ଶିଳ୍ପୀ,ଭାସ୍କର୍ଯ୍ୟ ସମ୍ଭାର,ପାରାବାର
ଏହି ତପୋଭୂମି ଭାରତ ମାଆ କୋଳୁ ହେଲେ ବାହାର ।
ଦେଶ ବିଦେଶ ଯାଏଁ ଭାରତ ଦେଶ ନାମ ଗୌରବ ପାଏ
ଜାତୀୟ ପତାକା,ଗୌରବ ଗାରିମା ଜୟ ଜୟ ବୋଲାଏ ।
ଖଣିଜ ସମ୍ପଦ ତାର ପ୍ରକୃତିରେ ଭରପୁର ଆଶା ଜାଗାଏ
ସମୁଦ୍ରଗର୍ଭରେ ତାର ହୀରା ଲୀଳା ଗନ୍ତାଘର ପୁଲକ ପରାଏ ।
ପୂର୍ବ ପଟେ ବଙ୍ଗୋପସାଗର ପଶ୍ଚିମରେ ଆରବ ସାଗର
ଦକ୍ଷିଣରେ ଭାରତମହାସାଗର ଉତ୍ତରରେ ହିମାଳୟ ପର୍ବତବର ।
ବ୍ରହ୍ମଦେଶ, ପାକିସ୍ଥାନ ଶ୍ରୀଲଙ୍କା, ଆଦି ପଡୋଶୀ ଦେଶ ପ୍ରବର
ଆନ୍ତର୍ଜାତିକ ଧର୍ମପାଳେ ତପୋଭୂମି ଭାରତବର୍ଷ ହୋଇ ଅଧୀର।
ସାଗର ମହାସାଗର, ନଦୀ ପାହାଡ଼ ପର୍ବତ, ଶ୍ୟାମଳିମା ସଧୀର
ସର୍ଵଧର୍ମ ସମନ୍ୱୟ ସର୍ବ ଜନ ହିତକାରୀ ଦେଶ ବିଶ୍ୱରେ ମୋର ।
କମନୀୟ କାନ୍ତି ଧୁଏ ଚରଣ ତାର ଓଁ ପରଂବ୍ରହ୍ମ ମନ୍ତ୍ର ଗାଏ ସମୀର
ମହାଭାରତ, ରାମାୟଣ ପୁସ୍ତକ ଆଣେ ସଂସ୍କୃତି ସଂହତି ସମ୍ଭାର ।
ଜାତୀୟସଂଗୀତ,ଜନଗଣମନଅଧି ଜାତୀୟପଶୁବାଘ,ପକ୍ଷୀ ମୟୁର
ମୋ ଦେଶ ଭାରତ ତପୋଭୂମି ମାଆର ସନ୍ତାନ ବୀର ରମଣୀ।
ଲଷ୍ମୀବାଇ,ଶ୍ରୀମା,ସରୋଜିନୀନାଇଡୁ,ଲୋପାମୁଦ୍ରା,ଗାର୍ଗୀ ସିଆଣୀ
ଜୟଯବାନ,ଜୟକିଷାନ ଧ୍ୱନିରେ ମାଆ, ତପୋଭୂମି ନାମ ଗୁଞ୍ଜରିଣୀ ।
ଏ ମାଟିରେ ରାମସୀତା, ପାଣ୍ଡବଙ୍କ ଦ୍ରୌପଦୀ, କୁନ୍ତୀମାତା ବିଜୟିନୀ
ଜାତୀୟ ପର୍ବ ଅଗଷ୍ଟ ପନ୍ଦର,ସାଧାରଣତନ୍ତ୍ର ଦିବସର ଦେବା ଜୟଧ୍ୱନୀ ।
