ତପୋଭୂମି ଭାରତ
ତପୋଭୂମି ଭାରତ
ମର୍ତ୍ତ୍ୟରେ ବି ସ୍ୱର୍ଗ ସମ ଅଟେ ପରା
ଆମ ଏ ଭାରତ ବର୍ଷ.
ମୁନିଋଷି ମହାପୁରୁଷ ଜନମି
ରଚିଛନ୍ତି ଇତିହାସ
ଜ୍ଞାନ ସ୍ନେହ ଶ୍ରଦ୍ଧା ଭାବ ଦିଆନିଆ
ଶାନ୍ତି ମିତ୍ରତା ପାଇଁ.
ପୂଣ୍ୟ ଏ ଭାରତ ନୂଆ ଦିଶା ଦେଇ
ଯାଇଅଛି ବିଶ୍ୱଗୁରୁ ହୋଇ
ଯଶ କୀର୍ତ୍ତି ଯାର ଅଜର ଅମର
ତାର ସମ କେହି ନାହିଁ.
ବୈକୁଣ୍ଠ ସମ ସୁଖ ଭରିଦିଏ
ବିଶ୍ୱ ଅଛି ତ ଚାହିଁ
ମଠ ମନ୍ଦିର ଓ ଆଶ୍ରମ ଶୋଭାରେ
ସୁନ୍ଦର ଭାରତ ଭୂଇଁ
ଓଁକାର ଶବଦ ହୁଏ ଗୁଞ୍ଜରିତ
ମନ ପ୍ରାଣ ନିଏ ମୋହି
କେତେ ନଦନଦୀ ସାଗର ଝରଣା
ତା କୋଳେ ଯାଉଛି ବହି
ପାହାଡ଼ ଅରଣ୍ୟ ପକ୍ଷୀ କାକଳି ରେ
ଶୋଭା ତାର ବଢୁଥାଇ
ଶ୍ରୀରାମ ଶ୍ରୀକୃଷ୍ଣ ଆଉ ପର୍ଶୁରାମ
ଧର୍ମରାଜ ଯୁଧିଷ୍ଠିର
ମହାଦାନୀ କର୍ଣ୍ଣ, ବଳି ହରିଶ୍ଚନ୍ଦ୍ର
ଅର୍ଜୁନ ଯେ ଧନୁର୍ଦ୍ଧର
ବ୍ୟାସଦେବ ବାଲ୍ମୀକି ପିତାମହ ଭୀଷ୍ମ
ଦ୍ରୋଣ ବଶିଷ୍ଠ ସନ୍ଦୀପନି ଋଷି.
ମହାଜ୍ଞାନୀ ରାବଣ ଜନକ ରାଜର୍ଷି
ବିଶ୍ଵାମିତ୍ର ଯେ ମହର୍ଷି
ଜଗନ୍ନାଥ ବଳରାମ ଅଚ୍ୟୁତ ଅନନ୍ତ
ଅରକ୍ଷିତ ଯଶୋବନ୍ତ
ନେତାଜୀ ସୁବାଷ ଗାନ୍ଧୀ ଗୋପବନ୍ଧୁ
ଜୟୀରାଜଗୁରୁ ବାଜିରାଉତ
ବକ୍ସି ଜଗବନ୍ଧୁ ଲକ୍ଷ୍ମଣ ନାୟକ
ବୀର ସୁରେନ୍ଦ୍ର ସାଏ
ମଙ୍ଗଳ ପାଣ୍ଡେ ଭଗଦ ସିଂ ବିର୍ସା ମୁଣ୍ଡା
ଚାଖି ଖୁଣ୍ଟିଆ ଲାଲା ଲାଜପତ ରାଏ
ବାଳ ଗଙ୍ଗାଧର ତିଳକ ବିପିନ ଚନ୍ଦ୍ର ପାଲ
ଝାନସୀ ରାଣୀ ଲକ୍ଷ୍ମୀ ବାଈ
ମାତା ସୀତା ଦ୍ରୌପଦୀ କୁନ୍ତୀ ମନ୍ଦୋଦରୀ
ଅହଲ୍ୟା ତାରା ମୀରା ରାଧା ମାଇଁ
ଦେଶ ଆଉ ପ୍ରଜା ହିତ ପାଇଁ କିଏ
ପ୍ରାଣ ନିଜ ସମର୍ପିଲେ
ନିଜ ସୁଖ ତେଜି ପର ସୁଖ ପାଇଁ
କିଏ କେତେ କଷ୍ଟ ତ ସହିଲେ
କିଏ ଦେଲେ ଜ୍ଞାନ କିଏ କଲେ ଦାନ
କିଏ ସ୍ନେହପ୍ରେମ ବାଣ୍ଟି ଦେଇ
ତପେ ବଳିୟାନ ହୋଇଛି ମହାନ
ପୂଣ୍ୟ ତୀର୍ଥ ମୋ ଭାରତ ଭୂଇଁ
ତପୋଭୂମି ଭାବେ ପରିଚିତ ହୋଇ
ଯୋଗ ବଳେ ଯୋଗୀ ହୋଇ
ପବିତ୍ର ହୋଇଛି ମୋ ଦେଶ ଭାରତ
ସମକକ୍ଷ ତାର କେହି ନାହିଁ
ସମକକ୍ଷ ତାର କେହି ନାହିଁ ।
