STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ତଫାତ ଏତିକି

ତଫାତ ଏତିକି

1 min
238

ମୁଁ 'ଆମେ'ର ପରିଧି ଭିତରେ ରଚୁଥିଲି ମୋ ସ୍ୱପ୍ନର ମହଲ

ତୁମେ 'ତୁମେ' ଓ 'ମୁଁ'ର ସଂଜ୍ଞାରେ ବିଭୋର ଥିଲ। 


ମୁଁ ବିନ୍ଦୁ ହୋଇ ସିନ୍ଧୁଗର୍ଭେ ହଜିବାର ରଖିଥିଲି ଆଶା,

ତୁମେ ବିନ୍ଦୁତ୍ୱର ସୀମାନ୍ତରେ ଖୋଜୁଥିଲ ଆତ୍ମ ପରିଭାଷା। 


ମୁଁ ଡେଣା ଝାଡ଼ି ତୁମ ସାଥେ ଉଡିବାକୁ କରିଛି ପ୍ରୟାସ,

ତୁମେ ବନ୍ଦୀ ହୋଇ ମୋତେ ବାନ୍ଧି କରିଛ ଅବଶ। 


ମୁଁ ଗଢିଥିଲି ଫୁଲର ବଗିଚାଟିଏ ମୋ ଘର ଅଗଣାରେ,

ତୁମେ ଭଳିଗଲ କୃତ୍ରିମ ଫୁଲର ବାସହୀନ ସୁନ୍ଦର ରଙ୍ଗରେ। 


ମୁଁ ତୁମ ସହ ବାନ୍ଧିହୋଇ ଉଡାଉଥିଲି ସ୍ୱାଧୀନତାର ପତଙ୍ଗ

ତୁମେ ମୋ ଠାରୁ ମୁକ୍ତ ହୋଇ ଖୋଜୁଥିଲ ସ୍ୱାଧୀନତାର ରଙ୍ଗ। 


ତୁମେ ଯେତେ ବି ଚେଷ୍ଟା କର କାଟିବାକୁ ମୋ ଠାରୁ ବନ୍ଧନ

ମୁଁ, ତୁମ ସହ ରହି ଦେଖୁଥିବି 'ଆମେ'ର ଶାଶ୍ୱତ ସପନ। 


ତୁମେ ବି ମୋତେ ଚାହୁଁଥିଲ, ମୁଁ ବି ଚାହୁଁଥିଲି ତୁମକୁ

ତଫାତ ଏତିକି, ତୁମେ ଚାହୁଁଥିଲ ମୋତେ ନିଜର କରିବାକୁ

ମୁଁ କିନ୍ତୁ ଚାହିଁଥିଲି ମିଶାଇ ଦେବାକୁ ଆମ ଦୁହିଁଙ୍କ ଅହଂତ୍ୱକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance