ତୋତେ ପୁତ୍ର ରୁପେ ପାଇ
ତୋତେ ପୁତ୍ର ରୁପେ ପାଇ
ତୋତେ ପୁତ୍ର ରୁପେ ପାଇ ଜୀବନ ଧନ୍ୟରେ, ରଘୁନନ୍ଦନ ମୋନେତ୍ର ପିତୁଳି ମୋଗଳାର ମାଳୀ
ଏ ଦୁଃଖିନୀ କୋଳ କଲୁମଣ୍ଡନରେ, ରଘୁନନ୍ଦନ ।
ତୋତେ ପୁତ୍ରରୂପେ . . . .
କେତେ ଜନ୍ମପୁଣ୍ୟର ଫଳେ
ପୁତ୍ର ରୁପେ ପାଇଲି କୋଳେ ।
ମାତୃତ୍ଵ ସୁଖ ମୋତେଦେଲୁ
ବନ୍ଧ୍ୟାଦୋଷରୁ ମୁକ୍ତି କଲୁ ।
ତୋରୂପ ମାଧୁରୀ ମନ ନେଲାହରି
ବୈକୁଣ୍ଠ ବିହାରୀ ନେଲୁ ଜନମରେ, ରଘୁନନ୍ଦନ ।
ତୋତେ ପୁତ୍ରରୂପେ . . . .
ଆଜିକି ଆନନ୍ଦର ଦିନ
କିଶୋଭା ଅବଧ ଭୁବନ ।
ରାଜ୍ୟ ସୁଖ ଶିରୀ ସମୃଦ୍ଧି
ତୋପାଇଁରେ ଗୁଣନିଧି ॥
ଅଯୋଧ୍ୟାନଗରୀ ସ୍ଵର୍ଗୁବଳି କରି ।
ପ୍ରତିତ ହୁଅଇ ବୈକୁଣ୍ଠ ଧାମରେ,ରଘୁନନ୍ଦନ ।
ତୋତେ ପୁତ୍ରରୂପେ . . . .
ମୁଁ ଦୁଃଖିନି ସୁଖ ତୁମୋର
ତୁନେତ୍ର ମୁଁ କଜ୍କୁଳଗାର
,
ତୁହି ମୋର ସରଗ ଚାନ୍ଦ
ଧନମଣୀ ମୋ ଆଦିକନ୍ଦ
ଦରିଦ୍ରର ଧନ ମୋରଙ୍କ ରତନ ।
ଏ ଅଭାଗି କୋଳ କଲୁ ମଣ୍ଡନରେ, ରଘୁନନ୍ଦନ ।
ତୋତେ ପୁତ୍ରରୁପେ . . . .
ତୁହି ଅଟୁ ଦେହ ମୋହର
ଛାଇ ଅଟେ ମୁହିଁ ତୋହର ,
ସଦାପାଶେ ପାଶେ ମୁଁଥିବି
ଛାଇ ପରି ଲାଗି ରହିବି
ତୁହିମୋର ସୁଖ ତୁହି ମୋର ଦୁଃଖ ।
ମୋନେତ୍ର ପିତୁଳି ମୋଗଣ୍ଠିଧନରେ, ରଘୁନନ୍ଦନ ।
ତୋତେ ପୁତ୍ର ରୁପେ . . . .
ଶେଷ କାଳେ ହେବୁ ମୋଛାଇ
ଲାଗି ରହିଥିବୁଟି ତୁହି,
ସଂସାର ସାଗରୁ ତାରିବୁ
ମାୟାଜାଳ ଛିଣ୍ଡାଇ ଦେବୁ
ଏତିକି ଗୁହାରୀ ତୋପାଦେ ଧନରେ ।
ରଖିବୁ ମୋମାନ ମୋକଳାଜହ୍ନରେ, ରଘୁନନ୍ଦନ ।
ତୋତେ ପୁତ୍ର ରୁପେ . . . .I