Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ତୋ ରୂପ ଡାହାଣା ମତେ କରିଲୁ ଗୋରୀ

ତୋ ରୂପ ଡାହାଣା ମତେ କରିଲୁ ଗୋରୀ

1 min
248



ତୋ ରୂପ ଡାହାଣା ମତେ କରିଲୁ ଗୋରୀ

ସଞ୍ଜରୁ ସକାଳ ମୋର ଯାଉଛି ସରି

...........ତୋ ରୂପ ଡାହାଣା ମତେ 

               କରିଲୁ ଗୋରୀ ! ୦ !


ହସର ଫୁଲକୁ ଏତେ ଆଣିଚୁ ମୁଠା

ପ୍ରେମର ସଉଦା ଲାଗି କରିଚୁ ଚିଠା

ଭାବିଲେ ଭାବନା କେତେ ହେଉଚି ଘାରି

...........ତୋ ରୂପ ଡାହାଣା ମତେ 

               କରିଲୁ ଗୋରୀ ! ୧ !


କଥାର କଣ୍ଢେଇ ନିଜେ ସାଜିଲୁ ବସି

ଖେଳୁଛି ଅନେକ ଥର ଦେଉଚୁ ଖୁସି

ସପନ ଆଖିକୁ ତୁ ଯେ ସାଜିଚୁ ପରୀ

...........ତୋ ରୂପ ଡାହାଣା ମତେ 

               କରିଲୁ ଗୋରୀ ! ୨ !


ଫଗୁଣ ରଙ୍ଗର ଫୁଲ ମହକ ଟାଣ

ବୁଝିଚୁ ବୁଝିବୁ ପୁଣି ମନର ରାଣ

ଆଡ଼େଇ ଦେବୁନି ମତେ ପ୍ରେମକୁ ମାରି

...........ତୋ ରୂପ ଡାହାଣା ମତେ 

               କରିଲୁ ଗୋରୀ ! ୩ !




Rate this content
Log in

Similar oriya poem from Romance