STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ତୋ ରାଣ

ତୋ ରାଣ

1 min
176

ରାଣ ଦେଇ ତୋତେ ପାରିବିକି କରି

ବଦଳେଇ ତୋର ଖେଳ,

ତୁ ପରା ଜୀବନ ଜୀବକୁ ନ କହି

ସାରି ଦେଉ ତାର ବେଳ !


ଏଇ ଖରା ଥିବ ମେଘ ଦେବ ଢାଙ୍କି

ତୋ ଉପରେ କି ଭରସା,

ଅଧା ପାହାଡ଼ରେ ଚଢ଼େଇ ଦେଇ ତୁ

ଭାଙ୍ଗିଦେଉ ସବୁ ଆଶା।


ଭାରି ଅମାନିଆ ଏକ ଜିଦିଆ ତୁ

ଆଗ ପଛ ଚିନ୍ତା ନାହିଁ,

ନିଜ ନକ୍ସାରେ ତୁ ଏକ ମୁହାଁ ହୋଇ

ଧାଉଁ ଫୁଲ କଣ୍ଟା ଡେଇଁ।


ତୋ ସାଥିରେ ପାଦ ମିଶି ଥିଲେ ଭଲ

ମୁରୁକି ମୁରୁକି ହସୁ,

ପାଦ ଟିକେ ଖସି ଗଲେ ଅଜାଣତେ

ଶ୍ରାବଣେ ଅଗ୍ନି ବରଷୁ।


ତୋର ହାତ ଲେଖା ପାଣ୍ଡୁଲିପି ଧରି

ଦେଉଥାଉ ନିର୍ଦ୍ଦେଶନା,

ଅଭିନୟରୁ ମୋ ହୁଡ଼ି ଗଲେ ତିଳେ

କପାଳେ ଲେଖୁ ଯାତନା। 


ସତରେ ତୋ ବିନା ଅସ୍ତିତ୍ୱ ମୋ ଶୁନ୍ୟ

ତୋ ବିନା ନିଶ୍ବାସ ଶେଷ,

ତୋ ସାଥେ ଯୁଝିବା ମୋର କିବା ସାଧ୍ୟ

ତୁ ନଥିଲେ ସବୁ ଶେଷ। 


ରାଣ ଦେଇ ତୋତେ ମୁଁ କିବା ବାନ୍ଧିବି

ମୋ ଗଳାରେ ତୋର ଫାନ୍ଦ,

ତୁ ଯେବେ ରୁଷିବୁ ହଜିବି ଅନ୍ଧାରେ

ଭାଙ୍ଗି ଯିବ ସବୁ ଛନ୍ଦ। 


ମୋ ବିନା ବି ତୋର ମିଛ ବାହୁ ବଳ

ପ୍ରଜା ବିନା କିବା ରାଜା,

ମୁଁ ମୋ ବଢ଼ାଉଛି ତୁ ବି ମିଶା ହାତ

ଲୁଟିବା ଉଭୟେ ମଜା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract