Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ତୋ ପାଦଚିହ୍ନ ତଳେ

ତୋ ପାଦଚିହ୍ନ ତଳେ

1 min
172



ବୋଉ ଲୋ ବୋଉ

ତୁ ଗଲା ଦିନୁ

ମଗୁଶିର ଗୁରୁବାର ସବୁ

ପାଳୁଛି ସାଧା ମାଠା ମୁଁ

ଫିକା ଠିକା ନାଟକୀୟ ଢ଼ାଞ୍ଚାରେ କହୁ ।


ମଗୁଶିର ମାସ ବୁଧବାର ରାତି 

ଆସୁଛି ଫି ବର୍ଷ

ଗୁରୁବାର ବଡି ଭୋର ବେଳ 

ବି ଯାଉଛି ଉଲ୍ଲାସ ହର୍ଷ

ଅରୁଆ ଚାଉଳ ଝୋଟି ଚିତା

 ଲକ୍ଷ୍ମୀପାଦର କଳା ଭାସ୍କର୍ଯ୍ୟରେ

ଚମକୁଛି ଟାଇଲ ମାର୍ବଲ ଚଟାଣ ଅଗଣା

ଶଙ୍ଖ ହୁଳୁହୁଳି ଲକ୍ଷ୍ମୀ ପୁରାଣର ଭକ୍ତି ନୈବେଦ୍ୟରେ ଝୁମୁଛନ୍ତି ଆବାଳ ବୃଦ୍ଧା ବନିତା 

କୂଳ ଭୂଆସୁଣି ସଧବା ନାରୀଶକ୍ତି ।


ସବୁ ଅଛି ସବୁ ଚାଲିଛି

କେବଳ ତୁ ନାହିଁ

ତୋର ଅନୁପସ୍ଥିତି ଖାଇ ଯାଉଛି

ଯେମିତି ଖଟ ଖାଇଯାଏ ଉଇ ।


ଶୀତଶୂନ୍ୟ ଗୁରୁବାର ସକାଳ ବି ନାହିଁ

କୁହୁଡି ଶୂନ୍ୟ ପୋଖରୀ ତୁଠ ବି କାହିଁ

ତୋ ପଣତର ଉଷ୍ମତା 

ତୋ ହସ ହସ କାର୍ଯ୍ୟ କୁଶଳତା

ତୋ ମହମହ ଭକ୍ତି ସରଳତା


ସବୁ ହଜି ଯାଇଛି ସାମ୍ପ୍ରତିକ ଚୋରାବାଲିରେ 

ତୋ ପାଦ ଚିହ୍ନ ତଳେ ଦବିଯାଇଛି

ଗୃହଲକ୍ଷ୍ମୀର ଛାୟା ଦୟା ଏକାନ୍ତରେ ।


ବହୁ ଆଡ଼ମ୍ବରେ ଲଘୁ କ୍ରୀୟା

ଭକ୍ତି ଦିଶୁନି କିନ୍ତୁ ସବୁଠାରେ 

ଭୋଗ ରାଗ ସାଜସଜ୍ୟା ଲୋକ ଦେଖାଣିଆ ।


Rate this content
Log in

Similar oriya poem from Tragedy