STORYMIRROR

Kalandi pal

Classics

2  

Kalandi pal

Classics

ତୋ ଲୀଳା ଅପାର

ତୋ ଲୀଳା ଅପାର

1 min
124


ହେ କଳା ନାଗର

       ତୋ ଲୀଳା ଅପାର,

ବାର ମାସେ କେତେ ଲୀଳା

         ମନ୍ଦିରେ ତୋର। l0l


କାଳୀୟ ଦଳନ ବେଶରେ ତୋ ମନ

ଶୁକ୍ଳ ଏକାଦଶୀ ଧନ୍ୟ ସେ ଶ୍ରାବଣ

ମାର୍କଣ୍ଡ ପୋଖରୀ ଧାମ ଶ୍ରୀ କ୍ଷେତ୍ରର

ମୋ ପ୍ରଭୁ କରିବେ ଲୀଳା ସେହିଠାର

ଧନ୍ୟ ହେବ ଦେଖି ଜୀବନ ମୋର। l1l


ଦ୍ୱାପରେ ଯମୁନା କୂଳରେ କାଳନ୍ଦୀ

କାଳୀୟ ତହିଁରେ ହୋଇଥିଲେ ବନ୍ଦୀ

ବିଷଭରା ଜଳ କରିଲ ଅମୃତ

ପ୍ରଭୁ ସେହି ଜଳେ ଦେଇ ତ ଶ୍ରୀ ପାଦ,

କାଳୀୟ ଦର୍ପକୁ କରିଲ ଚୁର । l2l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics